ଓଡ଼ିଶା ପତ୍ରକାର ସ°ଘ ପକ୍ଷରୁ ରାଜ୍ୟସ୍ତରୀୟ ୧୧ତମ ବାର୍ଷିକ ଉତ୍ସବ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୨/୧୨): ଓଡ଼ିଶା ପତ୍ରକାର ସ°ଘ ପକ୍ଷରୁ ରାଜ୍ୟସ୍ତରୀୟ ଏକାଦଶତମ ବାର୍ଷିକ ଉତ୍ସବ ତା’୨୦/୧୨/୨୦୨୦ରିଖ ରବିବାର ଦିନ ରାୟଗଡା ସହରସ୍ଥିତ ଲାଇନ୍ଟ କ୍ଲବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପ୍ରଥମେ ସ°ଘର ସଭାପତି ଅବିନାଶ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଙ୍ଘର ସାଧାରଣ ସମ୍ପାଦକ ରାମଦାସ ଲିମା ସମ୍ପାଦକୀୟ ବିବରଣୀ ପାଠ କରି ସମାଜର ମଙ୍ଗଳ ସକାଶେ ସାକାରତ୍ମକ ଭାବ ରଖି ସାମ୍ବାଦିକ ନିଜର ମୌଳିକ ଅଧିକାର, ସ୍ୱାର୍ଥକୁ ଜ୍ୱଳାଞ୍ଜଳି ଦେଇ ମୂଖ୍ୟ ଭୂମିକା ନିଭେଇ ଥାଏ, ଯାହା କି ପୂରାତନରୁ ନାରଦ,ଶକୂନି ଭଳି ଅନେକ ଚଳେଇ ଆସୁଥିବା ପ୍ରମାଣ ରହିଆସିଛି ।

୨୦୦୯ ମସିହାରେ ପ୍ରଥମେ ୭ଜଣ ସଭ୍ୟ ନେଇ ଆରମ୍ଭ ହୋଇଥିଲା ଏହି ସଂଘ ଯାହା କି ଆଜି ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ୭୦୦ରୁ ଉର୍ଦ୍ଧ୍ବ ସଭ୍ୟ ହୋଇଛନ୍ତି । ସାମ୍ବାଦିକ ନିସ୍ୱାର୍ଥପର ଭାବେ କର୍ତ୍ତବ୍ୟ କରିଆସୁଥିବା ବେଳେ ତାର ସ୍ୱାର୍ଥ,ସମସ୍ୟା ସମାଧାନ ସକାଶେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଦାବି ପୂରଣ ହେବା ପର୍ଯ୍ୟନ୍ତ ସ°ଘ ପ୍ରଚେଷ୍ଟାରେ ରହିବ ବୋଲି ସଂଘ ସଭାପତି କହିଛନ୍ତି । ସାମ୍ବାଦିକ ସୂରକ୍ଷା ଆଇନ ପ୍ରଣୟନ,କାର୍ୟ୍ୟରତ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା, କାର୍ୟ୍ୟରତ ସାମ୍ବାଦିକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ପେନସନ ଲାଗୁ କରିବା, ପ୍ରତି ସାମ୍ବାଦିକଙ୍କୁ ସାତ ଲକ୍ଷ ଟଙ୍କାର ବୀମା ପ୍ରଦାନ, ଦିବଙ୍ଗତ ସାମ୍ବାଦିକ ପରରିବାରକୁ ପନ୍ଦର ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, କାର୍ୟ୍ୟରତ ସାମ୍ବାଦିକଙ୍କ ସରକାର ସ୍ୱୀକୃତ ପ୍ରଦାନ,ପ୍ରତି ସାମ୍ବାଦିକ କୁ ବସ ପାସ ପ୍ରଦାନ, ଏକ୍ରେଡେଷନ କମିଟି ଗଠନ କରିବା ଭଳି ଦାବି ପୂରଣ ସକାଶେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ତାପନା କରାଯିବା ସହ ସାମ୍ବାଦିକଙ୍କ ମଧ୍ୟରେ ଭାଇଚାରା ଜାରୀ ରଖି ପ୍ରତି ସୁବିଧା ଅସୁବିଧା ସମୟରେ ରାଜ୍ୟ ପତ୍ରକାର ସଙ୍ଘର ଲକ୍ଷ ତଥା ସଭାର ମୂଖ୍ୟ ଅନୁଚିନ୍ତା ବୋଲି ନିଜର ସ°ଭାଷଣରେ କହିଛନ୍ତି ସାଧାରଣ ସମ୍ପାଦକ ଲିମା ବାବୁ । ଉକ୍ତ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା କହିଛନ୍ତି କି ଯେ ସଙ୍ଘ ମୋ ଭଳି ଅସହାୟ ବ୍ୟକ୍ତିକୁ ନିମନ୍ତ୍ରଣ ଦେଇ କିଛି କହିବା ପାଇଁ ସୂଯୋଗ ଦେଇଥିବାରୁ ଧନ୍ୟବାଦ । ପୂରାତନ ଯେପରିକି ମହାତ୍ମାଗାନ୍ଧୀ, ନେହେରୁ ଭଳି ରାଜନେତା ସମ୍ବାଦ ପରିବେଷଣ,ପ୍ରକାଶ କରିବାର ପ୍ରମାଣ ରହିଆସିଛି ।

ସମାଜର ମଙ୍ଗଳ ପାଇଁ ପୂର୍ବତନ ସାମ୍ବାଦିକ ଙ୍କର ବହୁତ ମୂଲ୍ୟବାନ ଭୂମିକା ରହିଆସିଛି । ନିଜେ ବିଗତ ବର୍ଷମାନଙ୍କରେ ସମାଜ ଖବରକାଗଜରେ ସାମ୍ବାଦିକତା କରିଥିବା ସମାଜର ମଙ୍ଗଳ ପାଇଁ ନିସ୍ୱର୍ଥ ରୂପେ ସମ୍ବାଦିକ ନିଜର କର୍ତ୍ତବ୍ୟ କରିଆସୁଛନ୍ତି । ଦକ୍ଷ ସୂଚନା, ଗଣତନ୍ତ୍ର ଶୂଦୃଢ କରିବା ସାମ୍ବାଦିକ ର ମୂଖ୍ୟଭୂମିକା ଅଟେ । ଲେଜିସ୍ଲେଟିଭ,ଏକ୍ଜିକ୍ୟୁଟିଭ,ଜୁଡିସିଆରୀକୁ ନିୟନ୍ତ୍ରଣ କରିବା ଦାୟିତ୍ବ ସାମ୍ବାଦିକ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯାହା ଚତୁର୍ଥ ସ୍ତମ୍ଭ ଅଟେ । ରାଜ୍ୟର ସାମ୍ବାଦିକଙ୍କୁ ସ°ଗଠିତ କରି ରାଜ୍ୟ ପତ୍ରକାର ସଙ୍ଘର ଯେଭଳି କାର୍ୟରୃ ଚେଷ୍ଟା କରିଆସୁଛନ୍ତି ତାହା ନିହାତି ରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସେହିପରି ମୂଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାରପ୍ରଧାନ, ସନ୍ମାନୀୟ ଅତିଥି ଭାବେ ଅ°ଶଗ୍ରହଣ କରି ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଓ ବୀମା ପ୍ରଦାନ ପ୍ରକ୍ରିୟା ଜାରି ରହିଥିବା କହିବା ସହ ସାମ୍ବାଦିକଙ୍କ ମତାନ୍ତର ରହିଲେ ସମାଧାନ ହୋଇପାରିବ କିନ୍ତୁ ମନାନ୍ତର ସାମ୍ବାଦିକଙ୍କ ଏକତା ଭାଙ୍ଗିଦେବ । ତେଣୁ ସମାଜର ମଙ୍ଗଳ ସକାଶେ ନିଜର ଖବର ପରିବେଷଣ କରିବା ସହ ସାମ୍ବାଦିକ ଏକତା ବଜାୟ ରଖିବା ଆଜିକାର ଦିନରେ ନିହାତି ଜରୁରୀ ହୋଇଛି ବା ମୂଖ୍ୟ ଭୂମିକା । ତଥା ରାଜ୍ୟର ଥିବା ସମସ୍ତ ସାମ୍ବାଦିକ ସକାଶେ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା କରିଥିଲେ । ଉକ୍ତ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ଶ୍ରୀ ରାମଚନ୍ଦ୍ର ପଣ୍ଡା ଦ୍ୱାରା ସଙ୍ଘର ମୂଖପତ୍ର ପତ୍ରକାର ୨୦୨୦ ଉନ୍ମୋଚନ କରିଥିଲେ । କୋଭିଡ଼୧୯ ନିୟମାବଳୀ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକ ଉକ୍ତ ଉତ୍ସବରେ ଅ°ଶଗ୍ରହଣ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା ନେତୃତ୍ୱରେ ଉତ୍ସବର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ସହ କୋରନା ଯୋଦ୍ଧା ସାମ୍ବାଦିକ, ପୋଲିସ, ଡାକ୍ତର, ନର୍ସ, ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରତିଷ୍ଠାତା ସଭାପତି ଶ୍ରୀ ଶୂରେନ୍ଦ୍ର ସାହୁ,ରାଜ୍ୟ ସଭାପତି ଶ୍ରୀ ଅବିନାଶ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାମଦାସ ଲିମା, ଉପସଭାପତି ଶୁରେସ ଦାସ,ରାଜ୍ୟ ସମ୍ପାଦକ କିଶୋର ରଥ,କୋଷାଧ୍ୟକ୍ଷ ସତ୍ୟବାଦୀ ନାୟକ ଉପସ୍ଥିତ ରହିଥିଲେ । ପରିଶେଷରେ ଉପସଭାପତି ଶୁରେସ ଦାସ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ ହୋଇଥିଲା ।

Welcome to Odisha News24

error: Content is protected !!
%d bloggers like this: