ଓଡ଼ିଶା ନ୍ୟୁଜ-୨୪ର ପ୍ରଭାବ-ଦୁଇଟି ରୋଗୀ ଚିକିତ୍ସା ପାଇଁ ଅର୍ଥବାଧକ ଘଟଣା-ପରିଦର୍ଶନରେ ଗଲେ ବିଡ଼ିଓ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (୧୧-୬-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଅଲଣ୍ଡା ଗାଁରେ ଗୋଟିଏ ପରିବାରରେ ଦୁଇଟି ରୋଗୀ ଘଟଣା ଓଡ଼ିଶା ନ୍ୟୁଜ ୨୪ରେ ପ୍ରକାଶ ପାଇବା ପରେ ଆଜି ବିଡ଼ିଓ କାଳୁ ଚରଣ ନାୟକ, ଡାକ୍ତର ଚିନ୍ମୟ ଲିମା ଗସ୍ତ କରିଛନ୍ତି । ଏହି ପରିବାର ଲୋକଙ୍କୁ ସାକ୍ଷାତ କରି ସମସ୍ୟା ବୁଝିବା ପରେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଙ୍କ ସହିତ କଥାହୋଇ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଉତ୍ତମ ଚିକିତ୍ସା ପାଇଁ ବାହାରକୁ ପଠାଯିବ ବୋଲି କହିଥିବା ପରିବାର ଲୋକେ ଜଣାଇଛନ୍ତି ।

ପ୍ରକାଶ ଥାଉକି ଏ ବାବୁରାଓ ଓ ଝିଅ ଜୁଇଙ୍କ ଦେହାନ୍ତ ପରେ ପ୍ରାୟ ୧ ବର୍ଷ ପୂର୍ବରୁ ମାଆ ଏ ଜଗଦମ୍ବାଙ୍କ ଦେହ ଖରାପ ହୋଇଥିଲା । ଏହାଙ୍କୁ ଚିକିତ୍ସା କରି ଆଣିବାପରେ ଗୋଡ଼ରେ ପାଣି ଫୋଟକା ହୋଇଥିଲା । ବହୁତ ଔଷଧ ପତ୍ର କରିବାରୁ ନ କମିବାରୁ ବିସମକଟକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଦେଖି ଗୋଦାର ଗୋଡ କହି ପଠାଇଦେଇଥିଲେ । ମାଆ ର ଦୁଃଖ ନ ଯାଉଣୁ ସାନ ପୁଅ ଏ ଗୋୖରୀ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇଛି । ଖାଇ ସାରି ରାତ୍ରି ଶୋଇବା ସେଜରେ ଅଣ୍ଟା ଦରଜ ଅନୁଭବ କରିବାପରେ ସେ ଖଟରୁ ତଳେ ପଡିଯାଇଥିଲେ । ଗୌରୀ ଆଉ ଉଠିପାରି ନଥିଲେ ।ଏହାକୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ରାୟଗଡା, ସମ୍ବଲପୁର ବୁର୍ଲା, ଆୟୁର୍ବେଦ ଔଷଧପାଇଁ କଳାହାଣ୍ଡିର କାଣ୍ଡେଲ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆଁ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କହିବା ପରେ ଦୁଇଥର ଭୁବନେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ନିରାଶ ହୋଇ ଫେରି ଆସିଥିଲେ । ଦୁଇ ଜଣଙ୍କ ଚିକିତ୍ସାରେ ସବୁ ଟଙ୍କା ଖର୍ଚ୍ଚ ହେବାପରେ ସୁନା ରୁପା ମଧ୍ୟ ବିକ୍ରି କରି ଦେଇଥିଲେ । ଏହା ପରେ ଧାର କରଜ କରି ପୁଣି କଟକ ଚିକିତ୍ସାଳୟକୁ ନେଇ କିଛି ଦିନ ରହିବା ପରେ ଭୁବନେଶ୍ୱରକୁ ପଠାଇ ଦେଇଥିଲେ । ପରିବାର ଲୋକେ ଭୁବନେଶ୍ୱର ନ ଆସି ଅଲଟପୁର ଯାଇ ପ୍ରାୟ ୨ ମାସ ରହି ଚିକିତ୍ସା ହୋଇ ଫେରି ଆସିଥିଲେ । ଏହାର ଚିକିତ୍ସା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ମେଡିକାଲରେ ଜମା କଲେ ତୁମ ଭାଇର ଚିକିତ୍ସା ହେବ ବୋଲି ଡାକ୍ତର କହିଥିବା ଏ.ସମେଶ କହିଛନ୍ତି । ପରିବାରରେ ୮ ଜଣ କୁଟୁମ୍ବକୁ ଏ.ସମେଶ ଅଟୋ ଚଳାଇ ପରିବାର ଚଳାଇ ଆସୁଛନ୍ତି । ବର୍ତ୍ତମାନ କରୋନା ରେ ତାଲା ବନ୍ଦ ହୋଇଥିବାରୁ ପରିବାର ଚଳିବା ବହୁ କଷ୍ଟ ହେଉଥିବା ପରିବାର ଲୋକେ କହନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: