ଓଡ଼ିଶା ନିୟୁଜ୨୪ ର ପ୍ରଭାବ- ଦୁର୍ଗନ୍ଧ ତଥା ଆବର୍ଜନା ମୁକ୍ତ ହେଲା ରାୟଗଡା ଅସ୍ଥାୟୀ ଆମିଷ ବଜାର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୭/୦୬): ସଫାହେଲା ରାୟଗଡାର ଜିସିଡ଼ି ପଡିଆରେ ଅସ୍ଥାୟୀ ଭାବରେ ଖୋଲାଯାଇଥିବା ଆମିଷ ବଜାର | କିଛିଦିନ ତଳେ ଦୁର୍ଗନ୍ଧରେ ନାକ ଫାଟିପଡୁଥିବା ପରିବେଶ ବର୍ତ୍ତମାନ ଓଡିଶା ନ୍ୟୁଜ ୨୪ର ଖବର ପ୍ରଚାର ପ୍ରସାର ପରେ ତତ୍ପରତା ଦେଖାଇଛନ୍ତି ପୌର ପରିଷଦ । ବାରମ୍ବାର ଅଭିଯୋଗ ପରେ ବି ୨୦/୨୫ ଦିନ ଅନ୍ତରାଳେ ମଧ୍ୟରେ ମଧ୍ୟ ସଫା ହେଉ ନ ଥିବା ବଜାର ଗତକାଲି ପୌରପାଳିକା ସଫେଇ କର୍ମଚାରୀଙ୍କ ଦ୍ୱାରା ସଫା କରାଯାଇଛି |

ଗତ ଦୁଇଦିନ ତଳେ ଓଡିଶା ନ୍ୟୁଜ ୨୪ ରେ ଏହି ଖବର ପ୍ରଚାର ପ୍ରସାର ହେବାପରେ ପୌରପରିଷଦ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇଛନ୍ତି | ପ୍ରତିଦିନ ବଜାର ସରିବା ପରେ ଦୋକାନୀ ନିଜ ନିଜ ଦୋକାନ ସାମ୍ନାରେ ଥିବା ଡଷ୍ଟବିନରେ ବର୍ଜ୍ୟ ଆବର୍ଜନା ପକାଇବା ଓ ନିଜ ନିଜ ଦୋକାନ ଗୁଡିକ ସଫା ରଖିଛନ୍ତି | ଏପଟେ ପଡିଆକୁ ପୌରପାଳିକା ତରଫରୁ ମଧ୍ୟ ନିୟମିତ ସଫା କରି ଡଷ୍ଟବିନ ମଇଳା ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ନିଆଯାଉଛି l ଆମିଷ ବଜାର ଚତୃପାର୍ଶ୍ବ ଫିନାଇଲ, ବ୍ଲିଚିଙ୍ଗ ପାଉଡର ପକାଯାଇଛି | ଏହାପରେ ଆମିଷ ଦୋକାନୀ ଓ ଗ୍ରାହକଙ୍କ ମନରେ ଏକ ପ୍ରକାର ସନ୍ତୁଷ୍ଟି ଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଛି l ବର୍ତ୍ତମାନ ଠାରୁ ଅଳିଆ ଆବର୍ଜନା ଡଷ୍ଟବିନରେ ପକାଇବା ପାଇଁ ଦୋକାନୀଙ୍କୁ ସତର୍କ କରିଛନ୍ତି ପୌରପରିଷଦ ଅଧିକାରୀ । ନଚେତ ନିୟମଭଙ୍ଗ ସ୍ଥଳେ ଜରିମାନା ଆଦାୟ କରାଯିବା ନେଇ ଚେତାବନୀ ଦେଇଛନ୍ତି |ଏହିପରି କଡ଼ା ପଦକ୍ଷେପ ସହରର ସମସ୍ତ ଉଠାଦୋକାନୀ, ପରିବା ବ୍ୟବସାୟୀ ଓ ରାସ୍ତା କଡରେ ଥିବା ଜଳଖିଆ ଦୋକାନ ଗୁଡିକ ମାନିଲେ ସହର ପରିମଳ ଦିଗରେ ଏକ ସଫଳ ଅଭିଯାନ ପାଲଟିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Welcome to Odisha News24

error: Content is protected !!
%d bloggers like this: