ସାଧାରଣ ଜନତାଙ୍କ ସ୍ୱର

ଏସି ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିୟମିତ କରିବା ପ୍ରକ୍ରିୟାରେ ବ୍ୟାପକ ପାତର ଅନ୍ତର ଅଭିଯୋଗ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୯/୦୨): ନବରଙ୍ଗପୁର ଜିଲ୍ଲାରେ ଏମ ପି ଏଚ ଡାବ୍ଲୁ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ନିରନ୍ତର ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏ ସି ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନିୟମିତ କରିବା ପ୍ରକ୍ରିୟାରେ ପାତର ଅନ୍ତର କରିଥିବା ନେଇ ଆଜି ଜିଲ୍ଲାର ରାଇଘର , ଉମରକୋଟ , ଝରିଗାଁ , ଚନ୍ଦାହାଣ୍ଡି ବ୍ଲକର ୧୫ ଜଣ ସ୍ବାସ୍ଥ୍ୟ କର୍ମୀ ଜିଲ୍ଲପାଳଙ୍କ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିବାକୁ ଆସିଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ସାକ୍ଷାତ ନ ହେବାରୁ ଏ ଡି ଏମ ନିମାଇଁ ଚରଣ ସୂତରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଗତ ୩ ନଭେମ୍ବର ୨୦୨୦ ତାରିଖରେ ପତ୍ର ସଂଖ୍ୟା ୯୯୫୦ ଅନୁସାରେ ନିୟମିତ କରିବା ନେଇ ସମସ୍ତଙ୍କ ସାର୍ଟିଫିକେଟ ତଦାରଖ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ୬୮ ଜଣ ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କ ମଧ୍ୟରୁ ୪୩ ଜଣ ଜଣଙ୍କୁ ପତ୍ର ସଂଖ୍ୟା ୧୧୯୧ ତାରିଖ ୮.୨.୨୦୨୧ ପ୍ରକାରେ ନିୟମିତ କରାଯାଇଥିବା ବେଳେ ଏଥିରୁ ବଳକା ୨୫ ଜଣ ଏସି ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନିୟମିତ କରାଯାଇନାହିଁ । ଜିଲ୍ଲାର ୬ ବର୍ଷରୁ ଉର୍ଦ୍ଧ୍ବ ସମୟ କର୍ଯ୍ୟକରିଥିବ ସମସ୍ତ ଙ୍କ ର ସାର୍ଟିଫିକେଟ ତଦାରଖ କରାଯାଇଥିବା ବେଳେ କେଉଁ କାରଣରୁ କେବଳ ଏସି ବର୍ଗ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ନିୟମିତ କରିବାରେ ପାତର ଅନ୍ତର କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ। ନିୟମିତ ହେବାରେ ବଞ୍ଚିତ ହୋଇଥିବା ଅନେକ ସ୍ବାସ୍ଥ୍ୟ କର୍ମୀ କିଏ ୧୪ ବର୍ଷ କାର୍ଯ୍ୟ କରୁଥିବା ବେଳେ ଅନେକ ଏକ ଦୁଇ ବର୍ଷରେ ଅବସର ଗ୍ରହଣ କରିବାକୁ ଥିବାବେଳେ ସେମାନଙ୍କୁ ନିୟମିତ ନ କରିବା ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରେ ଏନେଇ ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର ଙ୍କୁ ସାକ୍ଷାତ କରିବା ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନିୟମିତ କରିବାରେ ପାତର ଅନ୍ତର ନେଇ ଅଭିଯୋଗ ବିଷୟରେ ଆଲୋଚନା କରିଥିଲେ । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସହ ଆଲୋଚନା କରିବା ସହ କଣ ହୋଇଛି ତାହାର ତର୍ଜମା କରିବା ପାଇଁ ୩ ଦିନର ସମୟରେ ମାଗି ଥିବା ନେଇ ସ୍ୱାସ୍ଥ୍ୟ କର୍ମୀମାନେ କହିଛନ୍ତି । ତିନି ଦିନ ମଧ୍ୟରେ ମହିଳା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନିୟମିତ କର ନ ଗଲେ ଆଗାମୀ ଦିନରେ ଆମରଣ ଅନଶନ ପନ୍ଥା ଅବଲମ୍ବନ କରିବୁ ବୋଲି ସ୍ବାସ୍ଥ୍ୟକର୍ମୀ ଅର୍ଚ୍ଚନା ବିଶ୍ୱାସ , ସୁନିତା ରାଇ ବିଶ୍ୱାସ , ଦୂର୍ମିଲା ନାଗ , କାଦମ୍ବିନୀ ତରାଇ ,ବାସନ୍ତୀ ସର୍ଦ୍ଦାର , ସସ୍ମିତା ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Welcome to Odisha News24

%d bloggers like this: