ଏଲ କେ ବି କେ ଦ୍ଵାରା ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୯/୦୫): ହରଭଙ୍ଗା ବ୍ଲକର ଲୋକ କଳା ବିକାଶ କେନ୍ଦ୍ର, ସରସରା ଏବଂ ଜିଲ୍ଲା ପ୍ରଶାସନ ର ଆନୁକୁଲ୍ୟରେ ଆଜି ମାତୃ ଦିବସ ଭଳି ପବିତ୍ର ଦିନ ଠାରୁ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କରୋନା ମହାମାରୀର ଭୟାବହତା, ତଥା ଲକ୍ ଡାଉନ୍ ସମୟରେ ବହୁତ୍ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ପାଖରେ ପଇସା ନାହିଁ କି ରୋଷେଇ କରିବାକୁ କେତେକ ସକ୍ଷମ ବି ନୁହନ୍ତି କିମ୍ବା କୌଣସି କାମଧନ୍ଦାର ବ୍ୟବସ୍ଥା ମଧ୍ୟ ନାହିଁ ।

ମହାମାରୀ ସମୟରେ ବୃଦ୍ଧ ବୃଦ୍ଧା ଅସହାୟ, ଭିନ୍ନକ୍ଷମ, ଶଯ୍ୟାଶାୟୀ, ଥିବା ବ୍ୟକ୍ତି ମାନଙ୍କୁ ଏହି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । କୋଭିଡର ସମସ୍ତ ନୀତିନିୟମକୁ ମାନି ଅସହାୟ ମାନଙ୍କ ଘର ଘର ଯାଇ ଅନୁଷ୍ଠାନର କର୍ମକର୍ତ୍ତା ମାନେ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଆଜି ପ୍ରଥମ ଦିବସରେ ସରସରା, ଶ୍ୟାମସୁନ୍ଦରପୁର, ଖଜୁରିଆ, ରାମଗଡ଼, ଲାଣ୍ଡିବନ୍ଧ ଗ୍ରାମର ମୋଟ ୪୦ଜଣ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏଥିରେ ଅନୁଷ୍ଠାନର କର୍ମକର୍ତ୍ତା ପ୍ରତାପ ମେହେର, ନିକୁଞ୍ଜ ବିଶୋଇ, ସୁପ୍ରିୟା ଦେହୁରୀ, ବାଞ୍ଛାନିଧି ବିଶି ସେଚ୍ଛାସେବୀ ଶିଳ୍ପାରାଣୀ ବେହେରା,ମନୋଜ ଭୋକ୍ତା,ପ୍ରଶାନ୍ତ ବିଶି ,ଶମ୍ଭୁ ଭୂଷଣ ସାହୁ ସାହାଯ୍ୟ ସହଯୋଗ କରିଥିଲେ ।ଆଗକୁ ୧୦୦ ରୁ ଅଧିକ ପରିବାରକୁ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଆବଶ୍ୟକ ସ୍ଥଳେ ବ୍ଲକ ପ୍ରଶାସନ ତରଫରୁ ମଧ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଆମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: