ଏବେ ମହିଳା ଓ ଯୁବତୀଙ୍କ ସାଇବର ଠକେଇ ରେକେଟ ସକ୍ରିୟ, ନିଜେ ଫେକ ଆଇଡି କରି ଅନ୍ୟକୁ ବ୍ଲକମ୍ୟାଲିଂ କରିବା ନେଇ ଗୁରୁତର ଅଭିଯୋଗ, ତଦନ୍ତ ଦାବି

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର,ତା୨୩-୦୫): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ୍ଡିଭିଜିନ ଅଞ୍ଚଳରେ ତଥା ପଟଣାଗଡ଼ ଉପଖଣ୍ଡ ଅଞ୍ଚଳରେ ସାଇବର ଠକେଇ ମାମଲା ରହିଥିବା ବେଳେ ବାରମ୍ବାର କିଛି ପେସାଦର ଅପରାଧୀ ଅର୍ଥ ଉପାୟ ର ପନ୍ଥା ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଙ୍କୁ ପୋଲିସ ପ୍ରଶାସନ ଦ୍ୱାରା ଠାବ କରି ବେଶ ନିୟନ୍ତ୍ରଣ କରିବା ରେ ଜିଲ୍ଲା ପୋଲିସ ପ୍ରଶାସନ ସଫଳ ହୋଇ ପରିଥିବା ବେଳେ ଏବେ କିଛି ନୂତନ ମହିଳା ଓ ଯୁବତୀ ଏହି ସାଇବର ଠକେଇ କରିବା ଆରମ୍ଭ କରି ଥିବା ଅଭିଯୋଗ ମାନ ହୋଇଆସୁଛି ।

ପ୍ରକାଶ ଯେ ଗତ ମାର୍ଚ୍ଚ ଓ ଏପ୍ରିଲ ଦୁଇ ମାସ ଉକ୍ତ ମହିଳା ଓ ଯୁବତୀ ଗୋଷ୍ଠୀ ଜଣେ ଟିଟିଲାଗଡ ବ୍ଲକ ଅଞ୍ଚଳ ର ଏକ ସରକାରୀ ବିଦ୍ୟାଳୟ ର ହେଡ ମାଷ୍ଟର ଙ୍କୁ ଉକ୍ତ ଗୋଷ୍ଠୀ ତାଙ୍କୁ ନା ନା ଆଳରେ ବନ୍ଧୁତା ସ୍ଥାପନ କରି ଏପରି ଭିଡିଓ ଭାଇରଲ ଧମକ ଯୋଗୁଁ ସେ ମାନସିକ ଚାପ ରେ ପଡି ୬୦ ଜଜାର ନଗତ ଟଙ୍କା ଦେଇ ଆଉ ୫୦ ହଜାର ଟଙ୍କା ଦାବୀ ଧମକ ଭୟରେ ଆତ୍ମହତ୍ୟା ଉଦ୍ୟମ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଦିନ ଭର୍ତ୍ତି ହୋଇ ରହିଥିଲେ । ଏ ନେଇ ସେ ପରେ ଜିଲ୍ଲା ର ବିଭିନ୍ନ ସରକାରୀ ଅଧିକାରୀ ଙ୍କୁ ଅଭିଯୋଗ କରି ତାଙ୍କ ନିକଟ ରୁ ରକ୍ଷା ପାଇଥିଲେ । ଏବେ ଜିଲ୍ଲା ର କଣ୍ଟାବାଞ୍ଜି ,ଟିଟିଲାଗଡ,ପଟଣାଗଡ଼ ଓ ସାଇଁତଲା, ବଲାଙ୍ଗୀର ପଡୋଶୀ ଜିଲ୍ଲା କଳାହାଣ୍ଡି ର କେସିଙ୍ଗା,ଭବାନୀପାଟଣା,ଜୁନାଗଡ଼ ରେ ବେଶ ସକ୍ରିୟ ରହିଥିବା ଓ ଅନେକ ସର୍ବସ୍ୱାନ୍ତ ହେଉଥିବା ଘଟଣା ସାମ୍ନା କୁ ଆସୁଛି । ଏହି ମହିଳା ବର୍ଗ ପ୍ରତାରଣା ର ଶିକାର ନ ହେବା ଓ ତାଙ୍କୁ ସ୍ୱତନ୍ତ୍ର ଭାରତୀୟ ସମ୍ବିଧାନିକ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉକ୍ତ ସରକାରୀ ଆଇନ ର ଏହି କିଛି ନିର୍ଦିଷ୍ଟ ମହିଳା ଓ ଯୁବତୀ ବେଆଇନ ବ୍ୟବହାର କରି ନିଜ ରେକେଟ ଚଳାଇଛନ୍ତି । ଏଣୁ ଏବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ରେ ଏକ ପ୍ରକାର ବାଧା ସୃଷ୍ଟି ହୋଇଆସୁଛି । ଏ ନେଇ ଜିଲ୍ଲା ସାଇବର କ୍ରାଇମ ବିଭାଗ ର ସ୍ୱତନ୍ତ୍ର ଦଳ ବା ଟିମ ଗଠନ କରି ଉକ୍ତ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ସୂଚନାଯୋଗ୍ୟ ଯେ, ବିଗତ ଦିନରେ ଟିଟିଲାଗଡ ର ଜଣେ ଯୁବତୀ ତଥା ସ୍ଥାନୀୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ନେଇ ଏହିପରି ଭିଡିଓ ଭାଇରଲ କରିବା ଧମକ ଦେବା ଓ କରିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲା ।

ପୋଲିସ ଉକ୍ତ ପ୍ରେମିକ କୁ ଆଇନ, ଅନୁଯାୟୀ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ଯୁବକ ଜାମିନ ଆବେଦନ ନ ମଞ୍ଜୁର ହେବାରୁ ଜେଲ ରେ ବିଚାରଧୀନ ବନ୍ଦୀ ଭାବେ ରହିଛି । ଉକ୍ତ ଅନ୍ତରଙ୍ଗ ସମୟ ର ଭିଡିଓ ନିଜ ପ୍ରେମିକ କରିବା ଅଭିଯୋଗ କରିଥିବା ବେଳେ ଓ ସେ ଜେଲ ରେ ଥିବା ବେଳେ ସହରର ଅନ୍ୟ ଜଣେ ଯୁବକ ଏମ ଡି ସୋହେଲ ର ଫଟୋ ସୋସିଆଲ ମିଡିଆ ରୁ ସଂଗ୍ରହ କରି କୀର୍ତିସାହୁ ନାମରେ ଏକ ଫେସବୁକ ଉକ୍ତ ଝିଅ ତିଆରି କରି ବିଭିନ୍ନ ପୋଷ୍ଟ କରିଥିଲା । ଯାହା ଏମ ଡି ସୋହେଲ ଜାଣି ଉକ୍ତ ଯୁବତୀ ସହ ଯୋଗାଯୋଗ କରିବାରୁ ସେ ଅନୁରୂପ ଭାବେ ମହିଳା ସମିତି ଗୁଡିକ ସହ ମିଶି ଜେଲ କରିଦେବା ପରି ନା,ନା ପ୍ରକାର ଧମକ ଦେବା ସହ ଉକ୍ତ ଝିଅ ଥାନାରେ ଅଭିଯୋଗ କରିଥିବା ରୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିଛି । ହେଲେ ଏମ ଡି ସୋଏଲ ର କୀର୍ତିସାହୁ ନାମରେ ଉକ୍ତ ଝିଅ ବିଭିନ୍ନ ପୋଷ୍ଟ କରି ବାରମ୍ବାର ଧମକ,ଚମକ ଦେଉଥିବା ନେଇ ଏମ ଡି ସୋଏଲ ପୋଲିସ ପ୍ରଶାସନ ନିକଟରେ ତା ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଜାଲ ବା ଉକ୍ତ ନକଲି ଫେସବୁକ ରୁ ଶ୍ରୀ ସୋଏଲ ବିଭିନ୍ନ ଫଟୋ ଓ ଅନ୍ୟ ଜେଲ ରେ ଥିବା ଯୁବକ ଙ୍କ ଓକିଲ ଙ୍କ ନିକଟରୁ ତଥା ଉକ୍ତ ଝିଅ ପୋଷ୍ଟ କରିଥିବା ଫୋଟୋ ସବୁ ସଂଗ୍ରହ କରି ତାହା ଗଣ ମାଧ୍ୟମ ପ୍ରତିନିଧି ଓ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଟିଟିଲାଗଡ ସବ ଡିଭିଜିନାଲ ଆରକ୍ଷୀ ଅଧିକ୍ଷକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିସବୁ ପୋଷ୍ଟ ବିଷୟ ରେ ସମ୍ପୁର୍ଣ୍ଣ ସୂଚନ ପ୍ରଦାନ କରିଥିଲେ । ଏହା ଜାଣି ପୂର୍ବରୁ ଧମକ ଦେଇଥିବା ଝିଅ ଏକ ନୂତନ ନଂ-୯୬୬୮୪୪୩୮୨୪ ରୁ ଉକ ଏମ ଡି ସୋଏଲ ର ନଂ-୮୬୫୮୦୮୭୭୪୭ ନଂ କୁ ଫୋନ କରି ବିଭିନ୍ନ ଧମକ ଦେଇଥିବା ଅଭିଯୋଗ ହୋଇଛି । ବାଧ୍ୟ କରେଇ ବିଭିନ୍ନ ପ୍ରକାର ମାନସିକ ଚାପ ପ୍ରୟୋଗ କରି ଆସୁଥିବା ବେଳେ ବ୍ଲ।କମ୍ୟାଲିଂ କରି ଟଙ୍କା ଆଦାୟ କରିବା ନେଇ ଯୋଜନା କରାଯାଇଥିବା ସ୍ପଷ୍ଟ ଅନୁମେୟ ହେଉଛି । ସୂଚନାଯୋଗ୍ୟ ଯେ, ଏଭଳି ଉପାୟ ରେ ଏହି ବେଆଇନ ଅଭିଯୁକ୍ତ ଙ୍କୁ ଯଥାଶୀଘ୍ର ଗିରଫ କରି ସବିଶେଷ ତଦନ୍ତ କରି ପ୍ରକୃତ ସତ୍ୟା, ସତ୍ୟ ଉନ୍ମୋଚିତ କରିବା ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ସାଧାରଣ ରେ ଦାବୀ ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: