ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୬-୧୨:କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ବନ୍ଦ ଘୋଷଣା କରାଯାଇଛି ।

ଜାନୁଆରୀ ୩ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିପାରିବ । ତେବେ ଏଥିପାଇଁ ସମ୍ପୃକ୍ତ ଅନୁଷ୍ଠାନର ପରିଚାଳନା କମିଟି ପୂର୍ବର୍ରୁ ଅଣ୍ଡରଟେକିଂ ଲେଖିକରି ଦେବେ । ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ୍‌ ଚନ୍ଦ୍ର ଚୌଧୁରୀ । ଅନୁଷ୍ଠାନର ପିରସରକୁ ଦେଖି କେତେ ଲୋକ ଉପସ୍ଥିତ ରହିପାରିବେ ସେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥିବାର ଦେଖାଯାଏ ।ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର ଉତ୍ସବ।ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନ ରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଳିତ ହୋଇଥାଏ । ତେବେ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ବନ୍ଦ ଘୋଷଣା କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ଉତ୍ସବ ମନା କରାଯାଇଛି। ତେଣୁ ଭୁବନେଶ୍ୱରରେ ‘ଜିରୋ ନାଇଟ ସେଲିବ୍ରେସନ’ ହେବ ନାହିଁ। ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: