ସାଧାରଣ ଜନତାଙ୍କ ସ୍ୱର

ଏକାମ୍ର ଯୋଜନା ର ସମୀକ୍ଷ କଲେ ମୁଖ୍ୟମନ୍ତ୍ରୀ, ସେବାୟତଙ୍କ ସହ ଆଲୋଚନା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ବର,ତା୦୨-୧୨): ଆଜି ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାମ୍ର ଯୋଜନାର ଅଗ୍ରଗତି ସମୀକ୍ଷା ଲାଗି ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିବା ଅବସରରେ ସେବାୟତଙ୍କ ସହ ସାମ୍ନାସାମ୍ନି କଥା ହୋଇଥିଲେ ନବୀନ । ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ନେଇ ସ୍ବତନ୍ତ୍ର ଆଇନ ଆଣିବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଉ ନବୀନ ସେମାନଙ୍କୁ ଉତ୍ତର ଦେଇ କହିଥିଲେ, ‘‘କରିବି… କରିବି, ପକ୍କା ଆଇନ କରିବି” ।’ ଏଥିସହ ସେବାୟତମାନେ ପୁରୁଣା ଭୁବନେଶ୍ବର ଅଞ୍ଚଳର ନବୀନଙ୍କ ଶାସନ କାଳରେ ବହୁବିଧ ଉନ୍ନତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଦେଇଥିବାରୁ ପୁରୁଣା ଭୁବନେଶ୍ବରବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ ନବୀନ ।

କହିଥିଲେ ଯେ, ଲିଙ୍ଗରାଜ ମନ୍ଦିର ପରିସରରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ପାଇଁ ଏବଂ ଭବିଷ୍ୟତ ପିଢିପାଇଁ ଓଡିଶାର ଗୌରବମୟ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ସେମାନଙ୍କର ଅବିସ୍ମରଣୀୟ ସମର୍ଥନ ପାଇଁ ଜମି ଦାନ କରିଥିବା ଲୋକଙ୍କୁ ମୋର ଧନ୍ୟବାଦ । ସେମାନଙ୍କର ନିରନ୍ତର ସମର୍ଥନ ସାଂକେତିକ ଚିତ୍ର ଉତ୍କଳ ସ୍ଥାପତ୍ୟର କ୍ଷେତ୍ରକୁ ପରିବର୍ତ୍ତନ କରିବ ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Welcome to Odisha News24

%d bloggers like this: