ଉନ୍ନୟନ ମୂଳକ କାର୍ଯ୍ୟ ଅଧିକାରୀ ବନ୍ଧୁଗାଁ ବ୍ଲକ ଗସ୍ତ

ୱେବ ରିପୋର୍ଟର : ମିନା ବେହେରା //
ବନ୍ଧୁଗାଁ ତା ୨୮/ ୧): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ ଉନ୍ନୟନ ମୂଳକ କାର୍ଯ୍ୟ ଅଧିକାରୀ ଶ୍ରୀ ରୂପ ରୋଞ୍ଜନ ସାହୁ ଗସ୍ତ କରିଥିଲେ | ଉକ୍ତ ଅଧିକାରୀ କେବିକେ ଅଞ୍ଚଳର ଆଠଗୋଟି ଜିଲ୍ଲାକୁ ନେଇ ଦାୟିତ୍ୱ ତୁଳଉ ଥିବା ତଥା କୋରାପୁଟ, କୋଳାହାଣ୍ଡି, ରାୟଗଡା, ମାଳକାନଗିରି, ନୂଆପୋଡା, ସୋନପୁର, ନବରଙ୍ଗପୁର, ବଲାଙ୍ଗୀର ପ୍ରମୁଖ ଜିଲ୍ଲାରେ ବ୍ଲକ ମାନଙ୍କରେ ରହିଥିବା ଉନ୍ନୟନ ବିଭାଗ ମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ ସକାଶେ ଆଜି ବନ୍ଧୁଗାଁ ବ୍ଲକରେ ସକାଳ ୧୨ଘଣ୍ଟା ସମୟରେ ପହଞ୍ଚି ବନ୍ଧୁଗାଁ ବ୍ଲକରେ ରହିଥିବା ସମସ୍ତ ବିଭାଗର ଅଧିକାରିଙ୍କୁ ନେଇ ବନ୍ଧୁଗାଁ ବ୍ଲକ ଅଧିକାରୀ ଶ୍ରୀ ରୋଜନି କାନ୍ତ ଦାସଙ୍କ ଉପସ୍ଥିତରେ ବୈଠକ କରିଥିଲେ | 

ଏଥି ସହ ଆଜିର ଏହି ଆଲୋଚନା କରିବା ସହ ଆଦର୍ସ ବିଦ୍ୟାଳୟକୁ ଯାଇ ପିଲାଙ୍କ ପାଇଁ ପାଣି ଓ ଦୁରଦୂରରୁ ଆସି ପାଠ ପଢ଼ୁଥିବା ପିଲାଙ୍କ ପ୍ରତି ଧ୍ୟାନ ଦେବା ଓ ଅନ୍ୟାନ୍ୟ ବିଷୟକୁ ନେଇ ବୁଝିଥିଲେ | ବନ୍ଧୁଗାଁ ବ୍ଲକର ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ କୁମାର ମିଶ୍ର ଓ ପାଣି ଜଳ ଯୋଗାଣ ଅଧିକାରୀ ଯନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ନାୟକ ଓ ଭଗବାନ ମାଝୀ, ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ସମସ୍ତ ଯନ୍ତ୍ରୀ, ସମସ୍ତ ପିଓ, ଓ ଗ୍ରାମ ରୋଜଗାର ସେବକ,ଓ ବନ୍ଧୁଗାଁ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥଲେ I

Welcome to Odisha News24

error: Content is protected !!
%d bloggers like this: