ଆସୁଛି ବାତ୍ୟା ୟସ୍: ଉପକୂଳ ଛୁଇଁବା ବେଳକୁ ପବନର ବେଗ ୧୮୫ କି.ମି ଛୁଇଁପାରେ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର,(୨୩/୦୫) : ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବପାତ ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ତାହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲନିଷ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ଭାବେ ଏହା ଉପକୂଳ ଅତିକ୍ରମ କରିବ । ୟସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ । ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୟସ୍ ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ । ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗଡିଜି ସୂଚନା ଦେଇଛନ୍ତି ।

ଏପଟେ, ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୭ଟି ଏନଡ଼ିଆରଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାଲେଶ୍ୱର ପାଇଁ ୭ଟି, ଭଦ୍ରକ ପାଇଁ ୪ଟି, କେନ୍ଦ୍ରାପଡ଼ା ପାଇଁ ୩ଟି, ଯାଜପୁର ପାଇଁ ୨ଟି, ମୟୂରଭଂଜ ପାଇଁ ଗୋଟିଏ ଏନଡିଆରଏଫ୍ ଟିମ୍ ମୁତୟନ ହେବ । ଏହାସହ ଆଉ ୪ଟି ଟିମ୍ ଏମର୍ଜେନ୍ସି ପାଇଁ ମୁଖ୍ୟାଳୟରେ ରହିବେ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଭାରତୀୟ ନୌସେନା ପୂର୍ବ ନୌ କମାଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ମୁକାବିଲା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ୮ଟି ବନ୍ୟା ରିଲିଫ୍ ଓ ୪ଟି ଡ୍ରାଇଭିଂ ଟିମ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସହାୟତା ପାଇଁ ସଜାଗ ଅଛନ୍ତି । ଆଇଏନ୍ଏସ୍ ଡେଗା ଓ ଆଇଏନ୍ଏସ୍ ରଜାଲି ମଧ୍ୟ ପ୍ରସ୍ତୁତ ଅଛନ୍ତି । ଲୋକଙ୍କୁ ସ୍ଥାନାନ୍ତରଣ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ଏନଜିଓ ମାନଙ୍କ ସହଯୋଗ ନିଆଯିବ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: