ଆସନ୍ତୁ ମହାବାତ୍ୟାରୁ ନିଜକୁ ସୁରକ୍ଷିତ ରଖିବା କିପରି ଜାଣିବା

ଭୁବନେଶ୍ୱର (ଓଡିଶା ନ୍ୟୁଜ୨୪ ବ୍ୟୁରୋ – ୨୪/୦୫): ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷ ଭାବେ ୯ ଟି ଜିଲ୍ଲା ମହାବାତ୍ୟା ଦ୍ବାରା ପ୍ରଭାବିତ ହେବେ। ଏହି ଜିଲ୍ଲା ମାନଙ୍କରେ ମୁଷଳ ଧାରାରେ ବର୍ଷାସହ ଆତଙ୍କ ଭରା ଘଡଘଡି ଏବଂ ପ୍ରଚଣ୍ଡ ବେଗରେ ପବନ ବହିବ। ଆମେ ବିଶେଷ ଭାବେ ବାଲେଶ୍ଵର ସଦର, ବାଲିଆପାଳ ଏବଂ ଭୋଗରାଇ ବାସୀଙ୍କୁ ତତସହିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ବାସୀଙ୍କୁ ବାତ୍ୟା ପୂର୍ବ ଓ ବାତ୍ୟା ସମୟର ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ କିଛିକଥା ନିବେଦନ ।

# ବାତ୍ୟା ପୂର୍ବର କରଣୀୟ କାର୍ଯ୍ୟ :
✓ଘରର ଛାତ କଣା ଥିଲେ ବା ଫାଠ ଥିଲେ ତୁରନ୍ତ ମରାମତି କରିବା ।
✓ଘର ପାଖରେ ଗଛ ଥିଲେ ତାର ଡ଼ାଳକୁ କାଟିବା । ମୋବାଇଲ ଫୋନ, ପାୱାର ବାଙ୍କକୁ ଚାର୍ଜ ଦେଇ ରଖିବା ।
✓ଟର୍ଚ୍ଚ ପାଇଁ କିଛି ଅଧିକ ବ୍ୟାଟେରି, ମହମବତୀ ଏବଂ ଦିଆସିଲି ଘରେ ଗଚ୍ଛିତ ରଖିବା ।
✓ଜମିପଟ୍ଟା, insurance Papers, Medical documents , Bank pass book, ATM, Pan card, Adhar Card ଆଦି water proof container ରେ ରଖିବା ।
✓ଘରେ grocery items ଗଚ୍ଛିତ ରଖିବା।
✓ବିସ୍କୁଟ, dry fruits, ମୁଡ଼ି, ଚୁଡ଼ା ପ୍ରଭୃତି emergency ସମୟରେ ଖାଇବା ପାଇଁ ରଖିବା।
✓First Aid kit (detol, amrutanjan, moov, vicks, cotton) ରଖିବା।
✓କଚା ଘରେ ନରହି ପକ୍କା ଘରେ ରହିବା, ନିଜର ନଥିଲେ ପାଖରେ ଥିବା ପକ୍କା ଘରେ ଆଶ୍ରୟ ନେବା, ବିପଦ ସଙ୍କୁଳ ଅବସ୍ଥାରେ ଥିବା ପକ୍କା ଘରକୁ ବର୍ଜନ କରିବା, ନହେଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେବା।
✓ଗଗରା, ହାଣ୍ଡି, ବାଲତି ଓ ବୋତଲରେ ପିଇବା ପାଣି ଗଚ୍ଛିତ ରଖିବା । ପ୍ରତ୍ୟେକ ଲୋକ ପାଇଁ ପ୍ରତ୍ୟେକ ଦିନ ମିନିମମ ୩ଲିଟର ପିଇବା ପାଣିର ଆବଶ୍ୟକତା ରହିଛି ।
# ବାତ୍ୟା ସମୟର କରଣୀୟ କାର୍ଯ୍ୟ :
✓ବାହାରକୁ ନ ବାହାରି ଘରେ କବାଟ ଝରକା ବନ୍ଦ କରି ରହିବା।
✓ମାସ୍କ ଓ sanitizer ବ୍ୟବହାର କରିବା।
✓ଗ୍ୟାସ ବନ୍ଦକରି ରଖିବା, ଯେତେ electrical appliances ଅଛି ସବୁ disconnect କରି ରଖିବା କାରଣ ଏଗୁଡ଼ିକ damage ହେବା ସହ ଘରେ short circuit ହେବାର ସମ୍ଭାବନା ରହିଛି।
✓ଯଦି ଚାରି ଚକିଆ ଯାନ ରହିଛି, ତାକୁ strong shelter ତଳେ ରଖି hand break ଦେବା ଆଉ ଦୁଇ ଚକିଆ ଯାନ ଥିଲେ ତାକୁ gear ପକାଇ ରଖିବା ।
✓ଘରେ ପଶୁପକ୍ଷୀ ଥିଲେ ସେମାନଙ୍କୁ ଖୋଲା ରଖିବା ।
ଏତିକି କଲେ ଆମେ ସୁରକ୍ଷିତ ରହିବା ଏବଂ Cyclone ସହ ଲଢ଼ି ପାରିବା

Welcome to Odisha News24

error: Content is protected !!
%d bloggers like this: