ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ପ୍ରାଇଭେଟ୍ ଜେଟ ଯାହାର ମୂଲ୍ୟ ୨୩୦ କୋଟି

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୭-୧୨): ଏହି ଜେଟକୁ ମୁକେଶ ଅମ୍ବାନୀ ନୀତାଙ୍କୁ ୪୪ ତମ ଜନ୍ମ ଦିନରେ ଉପହାର ଦେଇଥିଲେ । ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଆମ୍ବନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଆମ୍ବନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ। ନୀତା ଅମ୍ବାନୀ ହେଉଛନ୍ତି ଜଣେ ଶକ୍ତିଶାଳୀ ବ୍ୟବସାୟୀ ।

ଆପଣଙ୍କୁ ଆମେ ନୀତାଙ୍କ ବ୍ୟକ୍ତିଗତ ଜେଟର ଝଲକ ଦେଖାଇବାକୁ ଯାଉଛୁ, ଯାହା ତାଙ୍କୁ ସ୍ଵାମୀ ମୁକେଶ ଅମ୍ବାନୀ ଉପହାର ଦେଇଥିଲେ । ୫୭ ବର୍ଷ ବୟସ୍କା ନୀତା ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ସକାଳର ଚା ପିଅନ୍ତି । ତେବେ ଅମ୍ବାନୀ ପରିବାରର ବୋହୂ କେବଳ ଦାମୀ ଗାଡ଼ିରେ ନୁହେଁ ବରଂ ବ୍ୟକ୍ତିଗତ ଜେଟରେ ବୁଲିବାକୁ ପସନ୍ଦ କରନ୍ତି । ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜେଟ ବିଷୟରେ :

ଏହାର ଭିତର ବହୁତ ସୌନ୍ଦର୍ଯ୍ୟପୂର୍ଣ୍ଣ ରହିଛି :

ଏହି ବ୍ୟକ୍ତିଗତ ଜେଟକୁ ମୁକେଶ ଅମ୍ବାନୀ ପତ୍ନୀ ନୀତାଙ୍କୁ ତାଙ୍କ ୪୪ ତମ ଜନ୍ମ ଦିନରେ ଉପହାର ଦେଇଥିଲେ । ଏହି ପ୍ରାଇଭେଟ୍ ଜେଟର ମୂଲ୍ୟ ହେଉଛି ୨୩୦ କୋଟି ଟଙ୍କା । ମୁକେଶ ପତ୍ନୀଙ୍କୁ କଷ୍ଟମ ଫିଟେଡ ଏୟାର ବସ-୩୧୯ ଲକ୍ଜୁରି ପ୍ରାଇଭେଟ୍ ଜେଟ୍ ପ୍ରଦାନ କରିଥିଲେ । ଏଥିରେ ଏକସଙ୍ଗରେ ୧୦-୧୨ ଲୋକ ଯାତ୍ରା କରିପାରିବେ । ତେବେ ମୁକେଶ ନିଜ ବୋଇଙ୍ଗ ବ୍ୟବସାୟ ଜେଟ ବ୍ୟବହାର କରୁଥିବା ବେଳେ ନୀତା ତାଙ୍କ ବ୍ୟକ୍ତିଗତ ଜେଟରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଏହି ପ୍ରାଇଭେଟ୍ ଜେଟର ଭିତର ଦୃଶ୍ୟ ଅତ୍ୟନ୍ତ ଚମତ୍କାର । ମୁକେଶ ନୀତାଙ୍କ ପସନ୍ଦ ଅନୁସାରେ ଏହି ଏହାକୁ କଷ୍ଟମାଇଜ କରିଥିଲେ । ମୋଟାମୋଟି ଭାବରେ କହିବାକୁ ଗଲେ ଏହି ବିମାନ ତୁଳନାରେ ୫ ତାରକା ହୋଟେଲ ମଧ୍ୟ ଫିକା ପଡ଼ିଯିବ । ବିମାନ ଭିତରେ ଏକ ଡାଇନିଂ ହଲ ଓ ମନକୁ ହାଲକା କରିବା ପାଇଁ ଏକ ସ୍କାଏ ବାର ମଧ୍ୟ ରହିଛି ।

ମହଙ୍ଗା ଜିନିଷକୁ ଭଲ ପାଆନ୍ତି ନୀତା:

କେବଳ ଏତିକି ନୁହେଁ ନୀତା ଅମ୍ବାନୀ ଙ୍କ ଏହି ଜେଟରେ ମନୋରଞ୍ଜନ ଓ ଗେମିଂ ସିଷ୍ଟମ ବି ରହିଛି । ଏଥିରେ ମ୍ୟୁଜିକ ସିଷ୍ଟମ, ସାଟେଲାଇଟ୍ ଟେଲିଭିଜନ ଓ ଓୟାରଲେସ କମ୍ୟୁନିକେସନର ସୁବିଧା ରହିଥିବା ଜଣାପଡ଼ିଛି । ଏହି ଜେଟରେ ମାଷ୍ଟର ବେଡ ରୁମ ସହ ଆଟାଚ ବାଥରୁମ ମଧ୍ୟ ରହିଛି ।

Welcome to Odisha News24

error: Content is protected !!
%d bloggers like this: