ଆସନ୍ତା ୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା, ସକାଳ ୭ଟାରୁ ଦିନ ୧ଟା ଯାଏଁ ବନ୍ଦ ପାଳନ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ୦୯/୦୨): ଦିନକୁ ଦିନ ତୈଳ ଦର ବଢି ଚାଲିଛି । ସାଧାରଣ ଲୋକଙ୍କ ଚିନ୍ତା ବଢୁଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ଘରୁ ଗାଡ଼ି ବାହାର କରିବାକୁ ଡର ଲାଗୁଛି । ରାଜ୍ୟରେ ପେଟ୍ରୋଲ ଦର କମାଇବାକୁ କଂଗ୍ରେସ ଦାବୀ କରିଛି । କରୋନା ସଂକଟ ସମୟରେ ଲଗାତାର ବଢିଚାଲିଥିବା ତୈଳ ଦରକୁ ପ୍ରତିବାଦ କରିଛି କଂଗ୍ରେସ । ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡିଶା ବନ୍ଦ ରହିବ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: