ଆସନ୍ତା କାଲିଠୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲା ୧୮ ରୁ ୪୫ ବର୍ଷ ବ୍ୟକ୍ତିଙ୍କୁ ଟୀକା କରଣ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୬/୦୬): ସରକାର ତୃତୀୟ ପର୍ଯ୍ୟାୟ ଟୀକା କରଣ ଆସନ୍ତା କାଲି ଠାରୁ ଆରମ୍ଭ କରିବେ ବୋଲି ସୂଚନା ମିଳିଛି | ୧୮ ରୁ ୪୫ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟର ୫ ଟି ପୌରାଞ୍ଚଳ ଓ ୬ ଟି ଜିଲ୍ଲାରେ ଦେଉଥିଲେ | ବାକିଥିବା ୨୨ ଟି ଜିଲ୍ଲାକୁ ବର୍ତମାନ ସାମିଲ କରିଛନ୍ତି |

ଫଳରେ ବୌଦ୍ଧ ଜିଲ୍ଲାର ସଦର ମହକୁମା ବୌଦ୍ଧ ଜିଲ୍ଲାର ଏକମାତ୍ର ସହରାଞ୍ଚଳ ବୌଦ୍ଧ ଟାଉନ ହଲରେ ଆସନ୍ତା କାଲିଠାରୁ ୧୮ ରୁ ୪୫ ବର୍ଷ ବର୍ଗ ର ବ୍ୟକ୍ତିକୁ ଟୀକା କରଣ କରିବେ ବୋଲି ସୂଚନା ଦେଇଛନ୍ତି | ନିଜ ଆବଶ୍ୟକତା ଅନୁଯାଇ ଜିଲ୍ଲା ମାନଙ୍କୁ ଟୀକା ସଂଗ୍ରହ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି | ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀ ଓ କ୍ରୀଡ଼ାବିତ୍ତ ମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ | ୭ ଜୁନ ରୁ ବୌଦ୍ଧ ଜିଲ୍ଲାରେ ଟୀକା କରଣ କରାଯିବ | ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ କେବଳ ବୌଦ୍ଧ ବିଜ୍ଞପିତ ଅଂଚଳରେ ଆରମ୍ଭ ହେବ | cowin portal ମାଧ୍ୟମରେ ହିତାଧିକାରୀଙ୍କୁ ପଞ୍ଜିକରଣ କରିବl ସହ ସ୍ଲଟ ବୁକିଂ କରାଇବା ବାଧ୍ୟତା ମୂଳକ ଅଟେ | ଟୀକା କରଣ ସମୟ ସକାଳ ୮ ଟା ରୁ ମଧ୍ୟାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: