ସାଧାରଣ ଜନତାଙ୍କ ସ୍ୱର

ଆସନ୍ତା କାଲିଠାରୁ ଆନ୍ଧ୍ର ଓଡ଼ିଶା ସୀମାରେ ଯାଞ୍ଚ କଡାକଡି କରାଯିବ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
                                                                        ରାୟଗଡ ଜିଲ୍ଲାପାଳଙ୍କ ତାଡମା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେରେଡ଼ା ଚେକ ପଏଣ୍ଟ ଅନୁଧ୍ୟାନ
ରାୟଗଡ ତା.୧୧ /୪): ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି |7b82c105 435d 408d 8477 b99a42762563

ଆସନ୍ତା ତା୧୨.୦୪.୨୧ରିଖ ଠାରୁ ଜିଲ୍ଲାର ପଡୋଶୀ ରାଜ୍ୟ ସୀମା ସବୁ ସିଲ କରାଯିବ ଓ ଯାଞ୍ଚ କରାଯିବା | ରାୟଗଡ ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମା ଯଥା ରାୟଗଡ଼ ବ୍ଲକର କେରେଡା, ଗୁଣପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବସନଗୁଡ଼l ଓ ରାମନାଗୁଡ଼ା ବ୍ଲକର କାଟିକି ସୀମା ସିଲ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି | ସେହି କ୍ରମରେ ଏହି ଚେକ ପଏଣ୍ଟ ଗୁଡିକରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି  | ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଅନୁଧ୍ୟାନ କରିଛନ୍ତି | ପ୍ରଥମେ ସ୍ଥାନୀୟ ତାଡମା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାର ଆୟୋଜନ ଅନୁଧ୍ୟାନ କରିଥିଲେ | ଏହି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବା ଓ କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବ | ଏହାପରେ ଜିଲ୍ଲାପାଳ କେରେଡା ଚେକ ପଏଣ୍ଟ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ ଏହି ଚେକ ପଏଣ୍ଟ ଦେଇ ବହୁ ସଂଖ୍ୟାରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଲୋକମାନେ ଓ ଗାଡି ମୋଟର ରାୟଗଡ଼କୁ ଆସୁଥିବାରୁ ଏଠାରେ କଡାକଡି ଭାବେ ଯାଞ୍ଚ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି | ଏଠାରେ ଟିକାକରଣ ଓ ଆରଟିପିସିଆର ପରିକ୍ଷା ନେଇ ଡକୁମେଣ୍ଟ ଦାଖଲ କରିବେ | ଆବଶ୍ୟକ ପଡିଲେ ସେମାନଙ୍କୁ 7 ଦିନିଆ କ୍ଵlରେଣ୍ଟାଇନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ|3550cfa5 2078 4e12 9cc6 d80219478bc5

ଏଥିରେ ପୋଲିସ ଟିମ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଞ୍ଚଳିକ ପରିବହନ କର୍ମଚାରୀ ଓ ସରକାରୀ କର୍ମଚାରୀ 24ଘଣ୍ଟା ରହି କାର୍ଯ୍ୟକ୍ରମ ନିର୍ବାହ କରିବେ | ସମସ୍ତ ଯାତ୍ରୀ ଓ ମୋଟର କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜେର ବ୍ୟବହାର କରିବାକୁ କୁହାଯିବ | ସେହିପରି ରେଳ ଷ୍ଟେସନରେ ମଧ୍ୟରେ ଅନୁରୂପ ଭାବରେ ଯାତ୍ରୀମାନଙ୍କୁ ସ୍କ୍ରିନଂ କରାଯିବା ଓ ଆବଶ୍ୟକ ହେଲେ ହୋମ କ୍ୱାରାଣ୍ଟିନ କିମ୍ବା ଆନୁଷ୍ଠାନିକ ସଂଗରୋଧ କେନ୍ଦ୍ରରେ ରଖାଯିବ | ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଂଚାୟତର ବସନଗୁଡ଼ା ଓ ରାମନାଗୁଡ଼ା ବ୍ଲକର କାଟିକି ସୀମାରେ ମଧ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଯାଇଛି | ଏହାପୂର୍ବରୁ ଜିଲ୍ଳାପାଳ ମିଶ୍ର ଆଜି ମଧ୍ୟ ସହରର କପିଳାଶ ଛକ ଓ ତା ପାଖ ଦୋକାନ ବଜାରରେ ଚାଲି ଚାଲି ବିିଭିନ୍ନ ଦୋକାନ ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ କରାଯିବା ସହ ଚେତାବନୀ ଦେଇଥିଲେ | ହେଲମେଟ ବ୍ୟବହାର କରିନଥିବା ଦୁଇଜଣ ବ୍ୟକ୍ତିଙ୍କୁ ଠାରୁ ଜରିମାନା ଆଦାୟ କରାଯାଇଛି | ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ରାୟଗଡ ବିଡ଼ିଓ ଶ୍ରୀ ରାଜେନ୍ଦ୍ର ମାଝୀ, ପରିବହନ ଅଧିକାରୀ ଓ ଆନ୍ୟlନ୍ୟ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Welcome to Odisha News24

%d bloggers like this: