ଆର.ଟି.ଆଇ ମାଧ୍ୟମରେ ବରଗଡ ଧନୁଯାତ୍ରାର ହିସାବ ନିକାସ ମାଗିଲେ ଆଇନଜୀବୀ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ବରଗଡ଼ (୧୪/୧୨): ବରଗଡ ସହର ଖୋଲାମଂଚର ଧନୁଯାତ୍ରା ବିଶ୍ୱଦରବାର ରେ ପ୍ରସିଦ୍ଧ l ଧନୁଯାତ୍ରା ପୂର୍ବରୁ ଧନୁଯାତ୍ରା କମିଟି ଗଠନ ହୋଇଥାଏ l ଚଳିତ ବର୍ଷ କରୋନା ମାଡ ସକାଶେ ଧନୁଯାତ୍ରା ଏକ ପ୍ରକାର ର ବାତିଲ ହୋଇସାରିଛି, ଠିକ କଥା କିନ୍ତୁ କମିଟି କୁ ହିସାବ ନିକାଶ ମାଗିଲେ ନ ଶୁଣିଲାଭଳି ନିରବତାର ଆସନ୍ନମଧ୍ୟରେ ରହିବାଦ୍ୱlରା ବାଧ୍ୟ ହୋଇ ବରଗଡ ଜଣେ ସଚେତନ ନାଗରିକ ତଥା ଆଇନଜିବୀ ଶ୍ରୀଯୁକ୍ତ ଆଶୁତୋଷ ରଥ ସୂଚନା ଅଧିକାର ବଳରେ ମାଗିଥିବା ହିସାବ ନିକାଶ ର ତଥ୍ୟ ସହରରେ ବେଶ୍ ଚର୍ଚ୍ଚିତ l

ଆଇନଜିବୀ ଶ୍ରୀଯୁକ୍ତ ଆଶୂତୋଷ ରଥ ଏ ସମ୍ପର୍କ ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ପ୍ରସାର ଓ ପ୍ରଚାର କମିଟି ର ଆବାହକ ତଥା ଜିଲ୍ଲା ସୂଚନା ଅଧିକାରୀଙ୍କୁ ପ୍ରଦାନ କରିଥିବା ଆର.ଟି.ଆଇ ଜରିଆରେ ହିସାବନିକାଶ ମାଗିଥିବା ଜଣାପଡିଛି | ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଧନୁଯାତ୍ରାର ପ୍ରଚାର ଓ ପ୍ରସାର ରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, କେଉଁକେଉଁ ଗଣମାଧ୍ୟମ ଜରିଆରେ ପ୍ରସାର କରାଯାଇଥିଲା ଏବଂ କେତେଟଙ୍କା ଏ ସମ୍ପର୍କରେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଇଛି ତାର ହିସାବ ମଧ୍ୟ ସୂଚନାଅଧିକାର ବଳରେ ମଗାଯାଇଛି l ପ୍ରସିଦ୍ଧ ଧନୁଯାତ୍ରାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ କଣକଣ ସୁବିଧା ଅଛି, ୨୦୧୯-୨୦୨୦ ବର୍ଷରେ ନିଜ ଜିଲ୍ଲାର କେଉଁକେଉଁ ଦଳକୁ ସୁଯୋଗ ଦିଆଯାଇଥିଲା, କେଇଗୋଟି ସାଂସ୍କୃତିକ ଦଳ ଏବଂ କଳାକାର ମାନଙ୍କୁ ସାମିଲ କରାଯାଇଥିଲା, ଏମାନଙ୍କ ବାବଦରେ କେତେ ଟଙ୍କା ବିନିଯୋଗ ହୋଇଛି ତାର ସବୁ ହିସାବ ଦେବାପାଇଁ ଯାତ୍ରା କମିଟି ଖର୍ଚ୍ଚ ହିସାବକୁ ସଂଶୟ ମୁକ୍ତ ରଖିବାକୁ ଆଇନଜିବୀ ଶ୍ରୀଯୁକ୍ତ ରଥ ଦାବୀ କରିଛନ୍ତି l ଏ ସମସ୍ତ ବିଷୟ ଲିପିବଦ୍ଧ ଥିବା ନଥିପତ୍ରକୁ ଜିଲ୍ଲା ସୂଚନା ଅଧିକାରୀ ବରଗଡ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରିତ କରିଛନ୍ତି ବୋଲି ଜଣାପଡିଛି l ଯଦି ଉଚିତ ସମୟ ମଧ୍ୟରେ ସମସ୍ତତଥ୍ୟ ପ୍ରଦାନ କରାନଯାଏ ତେବେ ଆଗକୁ ତିବ୍ରତର ଭାବେ ଆନ୍ଦୋଳନର ରୂପ ନେବ ବୋଲି ବରଗଡ ଜିଲ୍ଲା କର୍ମଜିବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଉଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: