ଆରସେଟି ବଲାଙ୍ଗୀରର କଳିଝରଣ ଗାଁକୁ କ୍ଷେତ୍ର ପରିଦର୍ଶନ

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪ ବ୍ୟୁରୋ,୨୪/୧୨): ଗତ ୨୩.୧୨.୨୦୨୦ ଦିନ ଷ୍ଟେଟ ବ୍ୟାଙ୍କ ଆରସେଟି, ବଲାଙ୍ଗୀର ତାଲିମ କାର୍ଯକ୍ରମକୁ ସଫଳ କରିବା ପାଇଁ ତାଲିମ ନେଉଥିବା ପ୍ରାର୍ଥୀଙ୍କୁ ଗୁଡ଼ଭେଳା ବ୍ଲକ ଚିଂଚେଡ଼ ଗ୍ରାମରୁ ପୁଇଁତଳା ବ୍ଲକ କଳିଝରଣ ଗ୍ରାମକୁ କ୍ଷେତ୍ର ପରିଦର୍ଶନରେ ନେଇଥିଲେ |

ଏହି କାର୍ଯକ୍ରମରେ ଅନୁଷ୍ଠାନର ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ କ୍ଷେତ୍ର ପରିଦର୍ଶନ ରେ ଆବଶ୍ୟକତା ତଥା ମହତ୍ୱ ବିଷୟରେ ଆଲୋକପାତ କରିବା ସହିତ ସେମାନଙ୍କୁ ଉତ୍ସାହିତ ଓ ଅଭିପ୍ରେରିତ କରିଥିଲେ | କଳିଝରଣ ଗ୍ରାମର ବସୁଧା ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଛତୁ ଚାଷ ଆରମ୍ଭ କରି ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି | ରୋଜଗାର ବୃଦ୍ଧି ପାଇଁ ପ୍ରାଥମିକ ଭାବରେ ୧୬୦ଟି ବେଡ଼ ପ୍ରସ୍ତୁତ କରିଛନ୍ତି | ବସୁଧା ଗ୍ରୁପ ର ଶ୍ରୀମତୀ ଅନିତା ପଟେଲ ଓ ସଂଗୀତ ବିଶ୍ୱାଳ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ | ତାଲିମ ଦାତା ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ସମାଜ ସେବି ଶ୍ରୀ ନୀଳମଣି ବିଶ୍ୱାଳ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: