ଆମ ଦୈନନ୍ଦିନ ଟିକିନିଖି ଖବର ଜାଣିବାକୁ ପଢନ୍ତୁ-ଖବର ଆଜିର // ତାରିଖ ୧୧-୦୬-୨୦୨୧ – ଶୁକ୍ରବାର

ଭୁବନେଶ୍ୱର (୧୧/୦୬):

ଖବର ଆଜିର // ତାରିଖ ୧୧-୦୬-୨୦୨୧ – ଶୁକ୍ରବାର

୧–ଗତବର୍ଷ ଭଳି ଏ ବର୍ଷ କେବଳ ପୁରୀରେ ହିଁ  ହେବ ବିନା ଭକ୍ତରେ ରଥଯାତ୍ରା । ପୁରୀ ଛଡ଼ା ଏ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ,କଟକଣା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା ।

୨-ବିହାର ମୃତ୍ୟୁସଂଖ୍ୟାରେ ବିସ୍ଫୋରଣ: ହାଇକୋର୍ଟଙ୍କ ଆଦେଶ ପରେ ଯାଞ୍ଚ ହେଲା, ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ୩,୯୫୧ ।

୩-ଓଡ଼ିଶା ଛୁଇଁଲା ମୌସୁମୀ । ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।

୪-. ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା, ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା |

୫-ପଶ୍ଚିମବଙ୍ଗରେ ଜାରି ରହିବ ‘ଖେଲା ହବେ’, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମରେ ଘୋଷଣା କଲେ ଯୋଜନା ।

୬-ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର କୃଷକ । ଭିଡ ଉପରେ ଫୁଲ ବର୍ଷା ।

୭-ସହରାଞ୍ଚଳରେ ଜଳବନ୍ଦୀ ଆଶଙ୍କା : ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

୮-ମୋଦି- ଉଦ୍ଧବ ସାକ୍ଷାତ ପରେ ଚର୍ଚ୍ଚାରେ ବିଜେପି-ଶିବସେନା ସଂପର୍କ : ସଂଜୟ ରାଉତ କହିଲେ ନରେନ୍ଦ୍ର ମୋଦି ଦେଶ ଏବଂ ବିଜେପିର ଶୀର୍ଷ ନେତା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ନେଇ ରଖିଲେ ଭିନ୍ନ ମତ ।

୯-–ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ଜୀବନ ରକ୍ଷାକାରୀ ଇକମୋ ମେସିନ, ସୂଚନା ଦେଲେ ଏମ୍‌ସ ଅଧୀକ୍ଷକ।

୧୦-ବିଦେଶୀ ଟିକା କମ୍ପାନିଙ୍କ ସବୁ ସର୍ତ୍ତ ମାନିବେ ଭାରତ ସରକାର ।

୧୧-ସୋନୁ ସୁଦଙ୍କ ବଡ ପଦକ୍ଷେପ: ସମଗ୍ର ଦେଶରେ ଲଗାଇବେ ୧୮ ଅକ୍ସିଜେନ୍ ପ୍ଲାଣ୍ଟ୍ ।

୧୨-ବାଂଲାଦେଶ ସୀମା ଦେଇ ଭାରତରେ ପଶୁଥିଲେ ଚୀନ ନାଗରିକ, ଧରିଲେ ବିଏସଏଫ ଯବାନ ।

୧୩-ରାଉରକେଲା ସମେତ ସେଲର ସମସ୍ତ ଡାକ୍ତରଖାନାରେ ଇକମୋ ମେସିନ ବ୍ୟବସ୍ଥା ପାଇଁ ନିର୍ଦେଶ ଦଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .।

୧୪-ଦୁର୍ନୀତି ମାମଲାରେ ପୂର୍ବତନ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ନବମ ଟୁକିଙ୍କୁ ବିରୋଧରେ ଏତଲା ରୁଜୁ କଲା ସିବିଆଇ ।

୧୫-ସାଇବର ଠକାମିର ଶିକାର ହେଲେ ପୋଲିସକୁ ତୁରନ୍ତ ଜଣାନ୍ତୁ । କଲ କରନ୍ତୁ ଟୋଲ ଫ୍ରି ନମ୍ବର ୧୫୫୨୬୦ ।

୧୬-୨ ମାସରେ ଅମାନିଆ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍ । ସିଜ୍ ହେଲାଣି ୨୯ ହଜାର ଗାଡି । ପ୍ରେସମିଟ୍ କରି ସୂଚନା ଦେଲା ପୋଲିସ ବିଭାଗ ।

୧୭-କରୋନାରେ ଅନାଥ ଶିଶୁଙ୍କ ସଠିକ୍‌ ସୂଚନା ଦେଉନାହାନ୍ତି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର: ଜାଭଡେକର ।

୧୮-ମହାରାଷ୍ଟ୍ରରେ ବର୍ଷା ଆଣିଛି ସଙ୍କଟ । ମଲାଡରେ ଘର ଭୁଷୁଡ଼ି ୧୧ ଜଣଙ୍କ ମୃତ୍ୟୁ, ୭ ଆହତ । ମୌସୁମୀ ପହଁଚିବା ପରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।

୨୯-ଟ୍ବିଟରକୁ ନିଷିଦ୍ଧ କରିବା ପରେ ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ‘କୁ’ରେ ଆକାଉଣ୍ଟ ଖୋଲିଲେ ନାଇଜେରିଆ ସରକାର ।

୨୦-ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବରେ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛନ୍ତି ଶିଶୁ ଶ୍ରମିକ: ଜାତିସଂଘ ।

୨୧-ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ: ଚିନ୍ତାରେ ବିଶେଷଜ୍ଞ କମିଟି, ଆଜି ବସିବ ଦ୍ବିତୀୟ ବୈଠକ ।

୨୨-ଓଡ଼ିଶା ହାଇକୋର୍ଟରେ ୧୨ ବିଚାରପତି ପଦ ଖାଲି: ୫ ଜଣଙ୍କ ନାମ ସୁପାରିସ କଲା ହାଇକୋର୍ଟ କଲେଜିୟମ୍ ।

୨୩-ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ବନଙ୍କୁ ମିଳିଲା ଅଧିନାୟକତ୍ବ ।

Welcome to Odisha News24

error: Content is protected !!
%d bloggers like this: