ଆମ୍ବ ହେଲା କାଳ, ବଜ୍ରଘାତରେ ଜଣେ ମୃତ୍ୟୁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା୨୨/୫/୨୧): କୋରାପୁଟ ଜିଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ଗ୍ରାମ ପଞ୍ଚାୟତର ଦେବଦଲା ଗ୍ରାମର ମିଣିୟାକା ବାଲି ୪୩ ଗତକାଲି ଦିନ ୧୦ ଘଣ୍ଟା ସମୟରେ ନିଜ ଗ୍ରାମ ଠାରୁ ତିନି କିମି. ଦୂର ଡେରକା ଗ୍ରାମର ପାହାଆଡକୁ ଆମ୍ବ ଗୋଟାଇବା ପାଇଁ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଯାଇଥିଲେ |

କିନ୍ତୁ ସେହି ପାହାଡ଼ରୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଲୋକେ ସମସ୍ତେ ନିଜ ନିଜ ଘରକୁ ଫେରିଯାଇଥିଲେ କିନ୍ତୁ ବାଲି ମିଣିୟାକା ଘରକୁ ନ ଫେରିଥିବାରୁ ଗାଁ ଲୋକେ ଖୋଜାଖୋଜା କରିଥିଲେ | ଶେଷରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ପାହାଡରେ ଯାଇ ଖୋଜିବାରୁ ଏକ ଆମ୍ଭ ଗଛ ମୂଳେ ବିଜୁଳି ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବାର ଅବସ୍ଥା ଦେଖି ଥିଲେ | ପରେ ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଜଣାଇବା ପରେ ବନ୍ଧୁଗାଁ ପୋଲିସ ଅଧିକାରୀ ଶବକୁ ଆଣିବା କହିଥିବାରୁ ବନ୍ଧୁଗାଁ ଶବ ବ୍ୟବଛେଦ ସ୍ଥାନରେ ରାତ୍ର ୧୨ଟା ସମୟରେ ଆଣି ରଖିଥିଲେ | ପରଦିନ ସକାଳେ ୧୦ ଘଣ୍ଟାରେ ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲେ | କେଶକୁ ବନ୍ଧୁଗାଁ ଥାନା ଏ.ଏସ.ଆଇ ଶ୍ରୀ ମନୁଆ ବିଡ଼ିକା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: