ଆମପାଣି ଘାଟିରେ ଓଲଟିଲା ଦିଲଖୁସ ବସ ଅଳ୍ପକେ ବର୍ତିଲେ ଯାତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୦୧): କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଓଲଟିଲା ଘରୋଇ ବସ, ହେଲପର ସମେତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି |

ସୂଚନା ମୁତାବକ ଦିଲଖୁସ ଘରୋଇ ବସ ଟି ଭୁବନେଶ୍ୱର ରୁ କଳାହାଣ୍ଡି ଏବଂ ନବରଙ୍ଗପୁର ଦେଇ ମାଲକାନଗିରି ଫେରିବା ସମୟରେ ଆଜି ଭୋର ସମୟରେ ଆମପାଣି ଘାଟି ର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ବସ ର ହେଲପର ଓ ଅନ୍ୟ ଜଣେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ । ଘଟଣା ସ୍ଥଳରେ ଆମପାଣି ପୁଲିସ ପହଞ୍ଚି ଯାତ୍ରୀ ମାନଙ୍କୁ ଉଧାର କରିବା ସହ ଆହତ ମାନଙ୍କୁ ନିକଟସୁ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Welcome to Odisha News24

error: Content is protected !!
%d bloggers like this: