ଆନ୍ଧ୍ର-ଓଡ଼ିଶା ସୀମା ବିବାଦ‌: ପଦାରେ ପଡିଲା ଆନ୍ଧ୍ରର ଚଞ୍ଚକତା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର/ପଟ୍ଟାଙ୍ଗି,୧୨-୧୨): କୋରାପୁଟ ଜିଲା ପଟାଙ୍ଗି ବ୍ଲକରେ ସୀମାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହି ଆନ୍ଦ୍ର ପ୍ରଦେଶର ଏଭଳି କାରସାଦିକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା ଲାଗିରହିଛି । ଶୁକ୍ରବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ସୀମାନ୍ତ ତଥା ବିବାଦସ୍ଥଳରେ ଦୁଇ ରାଜ୍ୟର ଜିଲା ପ୍ରଶାସନିକ ଅଧିକାରୀ ପହଞ୍ଚି ସେଟେଲମେଟ୍ ମ୍ୟାପକୁ ଆଧାର କରି ମାପଚୁପ (ଡିମାର୍କସେନ) ଆରମ୍ଭ କରିଛନ୍ତି ।

ପ୍ରକାଶଥାଉ କି, ତ ୩ ତାରିଖ ଦିନ କୋରାପୁଟ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ପ୍ରଦେଶ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମାକୁ ନେଇ ଆଲୋଚନା ହୋଇଥିଲା । ସୀମା ଚିହ୍ନଟ ନେଇ ଉଭୟ ପ୍ରଶାସନିକ ଅଧିକାରୀ ସହମତ ହେବା ପୂର୍ବର ରେକର୍ଡ ଅନୁଯାୟୀ ଚିହ୍ନଟ କରାଯିବ ବୋଲି ଚୁକ୍ତିନାମା କରାଯାଇଥିଲା । ଗତ ୬ ଦିନ ଧରି କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ ସୀମା ଚିହ୍ନଟ ପ୍ରକ୍ରିୟାରେ ଯୋଗଦେଇ ସୀମା ଚିହ୍ନଟ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ମିଳି ନ ଥିଲା ।

ପୂର୍ବରୁ ମଧ୍ଯ ଆନ୍ଧ୍ରପ୍ରଦେଶ କେବଳ ଗୁଗୁଲ୍ ମ୍ୟାପ୍ ଧରି ଓଡ଼ିଶା ଭିତରକୁ ଅନୁପ୍ରବେଶ କରି ଏହା ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ବେଳେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାର ପ୍ରାୟ ୧୫୦ ମିଟର ଅଞ୍ଚଳର ପ୍ରାୟ ୧୦୦ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଯେଉଁ ମସୁଧା କରିଥିଲେ ତାହା ପଣ୍ଡ ହୋଇଛି । ସୀମା ଚିହ୍ନଟ ପ୍ରକ୍ରିୟାରେ ଡେ଼ପୁଟି କଲେକ୍ଟର ଅର୍ଚ୍ଚନା ଦାସ, ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ସମ୍ବାଇ ଆରଆଇ ସଭା ହରିଜନ , ଆଇଆଇସି ବିଜୟରାଜ ମାଝି ଙ୍କ ସମେତ ବ୍ରହ୍ମପୁର ସେଟେଲମେଣ୍ଟ କାର୍ଯ୍ୟାଳୟରୁ ଆସିଥିବା ୩ ଜଣ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ରିପୋର୍ଟ ପ୍ରଶାସନ ନିକଟରେ ଦାଖଲ କରାଯିବା ସହ ସରକାରଙ୍କୁ ଅବଗତ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Welcome to Odisha News24

error: Content is protected !!
%d bloggers like this: