ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୫/୧୨): ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀକ ସ୍ବେଚ୍ଛାସେବୀ ଦିବସ ଅବସରରେ ନବରଙ୍ଗପୁର ସ୍ଥିତ ସ୍ଥାନୀୟ ଶୁଭଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ, ପ୍ରଜେକ୍ଟ ପଏଣ୍ଟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ନବରଙ୍ଗପୁର ଡ଼ିଆରଡିଏ ପିଡ଼ି ରମାକାନ୍ତ ନାୟକ, ଏ ପି ଡି ରତ୍ନାକର ସାହୁ, ସି ଇ ଓ ଓରମା ସ ଆଳାକା ଉମା ମହେଶ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭରାଣୀ ମିଶ୍ର, ନବରଙ୍ଗପୁର ବ୍ଲକ ବିଡ଼ିଓ ସୁକାନ୍ତ ପଟ୍ଟନାୟକ ଏବଂ ନବରଙ୍ଗପୁର ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଶିବିରରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଆସି ରକ୍ତଦାନ କରିଥିଲେ । ଏହି ଶିବିରରେ ସମୁଦାୟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଜେକ୍ଟ ପଏଣ୍ଟ ଅନୁଷ୍ଠାନ ର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ସାମନ୍ତରାୟ , ସମ୍ପାଦକ ବଳରାମ ବେହେରା , ୟୁନିଅନ ବେଙ୍କ ମୁଖ୍ୟ ପରିଚାଳକ , ମନାଲିସା ମହାନ୍ତି , ମାଧୁରୀ ନାୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: