ଆଦିତ୍ୟଙ୍କ ପୋଷ୍ଟ ସେୟାର କରି ଆତ୍ମହତ୍ୟା ଉଦ୍ୟମ କଲେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୬-୧୨: ଫେସବୁକ ଲାଇଭ କରି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିବା ସୂଚନା ମିଳିଛି । ନିଦ ବଟିକା ଖାଇ ନିଜ କଟକ ସ୍ଥିତ ଘରେ ବିଦ୍ୟାଶ୍ରୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ମାନସିକ ଚାପଗ୍ରସ୍ତ କରାଯାଉଥିବାରୁ ଆତ୍ମହତ୍ୟା କରୁଥିବା ସେ ଏହି ଭିଡିଓରେ କହୁଛନ୍ତି । ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ଵାମୀଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ ବିଦ୍ୟାଶ୍ରୀ ।

ଏହା ସହିତ ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । କହୁଛନ୍ତି, ଯେ ଏକ ଡାଏରୀରେ ମାନବପ୍ରେମୀଙ୍କ ମୃତ୍ୟୁ ନେଇ ସବୁକିଛି ଉଲ୍ଲେଖ କରିଛନ୍ତି । ତେବେ ସେ ଆତ୍ମହତ୍ୟା କରୁଛନ୍ତି, ଏବଂ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ । ସେମାନଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନ ଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଏବଂ ସେହି ଭିଡିଓ ରେ ସୁବାଷ ଷଡଙ୍ଗୀ, ବିକାଶ, ପୁଷ୍ପଲତା, ପ୍ରୀତମ ମିଶ୍ର ଆଦି ଅନେକ ଜଣଙ୍କ ନାଁ ନେଇଛନ୍ତି ବିଦ୍ୟାଶ୍ରୀ ।

Welcome to Odisha News24

error: Content is protected !!
%d bloggers like this: