ଆଠ ବର୍ଷର ବାଳକକୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା, ଅଭିଯୁକ୍ତ ଗିରଫ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗିର,ତା୨୦-୦୫): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ଆଠ ବର୍ଷ ର ବାଳକ କୁ ଟାଙ୍ଗିଆ ରେ ହାଣୀ ଅମାନବୀୟ ଭାବେ ହତ୍ୟା କରିବା ନେଇ ଛାଞ୍ଚ ଲ୍ୟ ସୃଷ୍ଟି ହୋଇଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ ଗହୀର ର ଭାଇ ୮ ବର୍ଷର ପରମେଶ୍ୱର ଗହୀରକୁ ନିର୍ମମ ଭାବେ ହତ୍ୟା କରିଛି ।

ପୋଲିସ ଅଭିଯୁକ୍ତ ଜିତେନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ପଣ୍ଡରେନ ଗାଁର ଜିତେନ ପୋଡ଼ କିଛି ଦିନ ଆଗରୁ ଧନପତ ଗହୀରକୁ ଜମି ମାଗୁଥିଲା । ଧନପତ ମୁଁ ମୋର ଜମି କାହିଁକି ମାଗଣାରେ ଦେବି ବୋଲି ମନା କରିଦେଇଥିଲା । ତେବେ ଆଜି ସକାଳ ସମୟରେ ଧନପତ ଏକ ବାଇକରେ ଗାଁର ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଧନପତ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ୮ ବର୍ଷର ବାଳକ ପରମେଶ୍ୱରକୁ ଟାଙ୍ଗିଆ ଆକ୍ରମଣ କରି ହାଣି ହତ୍ୟା କରିଥିଲା । ଘଟଣା ଘଟାଇ ଜିତେନ ବାଇକରେ ତାର ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଖବର ପାଇ ଜିତେନକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି ।

Welcome to Odisha News24

error: Content is protected !!
%d bloggers like this: