ସାଧାରଣ ଜନତାଙ୍କ ସ୍ୱର

ଆଠଗଡ଼ ତାଲୁକା ମାଳମୁଠା ରଜକ ସମାଜ ଜରିଆରେ ଯୁବକ ଯୁବତୀଙ୍କ ବିବାହ ସମ୍ପନ୍ନ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୧/୦୨): ଆଠଗଡ଼ ତାଲୁକା ରଜକ ସମାଜ ସଭାପତି ଶ୍ରୀ ଭାସ୍କର ସେଠୀଙ୍କ ନେତୃତ୍ୱରେ ପୋଲସରା ବ୍ଲକ ମଥୁରା ପାଟଣା ଗ୍ରାମର ଅନନ୍ତ ସେଠୀଙ୍କ ପୁତ୍ର ସୁନୀଲ ସେଠୀ ଓ ବାଲେଶ୍ୱର ଜିଲ୍ଲା କେଦାରପୁର ଗ୍ରାମର ପ୍ରଶାନ୍ତ ସେଠୀଙ୍କ କନ୍ୟା ଲଷ୍ମୀ ସେଠୀ ଏହି ଯୁବକ ଯୁବତୀ ଦୁହେଁ ପରସ୍ପର ଭଲପାଇ କିଛିଦିନ ପୂର୍ବେ ଅନ୍ୟତ୍ର ଥିଲେ l

ଏହି ଘଟଣା ଆଠଗଡ଼ ତାଲୁକା ସଭାପତି ଶ୍ରୀ ସେଠୀ ଯଥା ସମ୍ଭବ ଖବର ପାଇ ଉକ୍ତ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରିଥିଲେ l ଏବଂ ଦୁହିଁଙ୍କ ପରିବାରକୁ ଆପୋଷ ବୁଝାବଣା କରି ଯୁବକ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ l ମାଳମୁଠା ସଭାପତି ପ୍ରଫୁଲ୍ଲ ସେଠୀ ଓ ତାଙ୍କ କର୍ମକର୍ତ୍ତା ଏବଂ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ସମାଜର କୌଳିକ ନୀତିନିୟମ ପ୍ରକାରେ ଶ୍ରୀ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପ୍ରାଙ୍ଗଣରେ ବିବାହ କରାଇଥିଲେ l କୋଭିଡ ଗାଇଡ଼ ଲାଇନ ପାଳନ କରି ଏଥିରେ ଉଭୟ ପକ୍ଷ ପରିବାରଙ୍କ ସହମତି କ୍ରମେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା l

Welcome to Odisha News24

%d bloggers like this: