ଆଞ୍ଚଳିକ ଅର୍ଥନୈତିକ ପ୍ରଗତିରେ ମହିଳା ଓ କୃଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା.୨୮/୧୨) ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ଜେ.କେ.କାଗଜ କଳ, ଜେକେପୁର ତାହାର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଜରିଆରେ ୭୦୦୦ ଆଦିବାସୀ ମହିଳାମାନଙ୍କୁ ନେଇ ୫୩୦ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିବା ସହ ୨୦ ଟି ଉତ୍ପାଦକ ଗୋଷ୍ଠୀ ତିଆରି କରି ଓଡ଼ିଶା ଜୀବିକା ମିଶନ,ଓରମାସ୍, ନାବାର୍ଡ ଭୂବନେଶ୍ଵରଙ୍କ ମିଳିତ ସହଯୋଗରେ ୩୨୦୦ ମହିଳାମାନଙ୍କୁ ନିରନ୍ତର ରୋଜଗାର ଦେବା ଯେ କୌଣସି ସଙ୍ଘଠନ ପାଇଁ ଏକ ବଡ଼ ଉପଲବ୍ଧି। ମା’ ମାନେ ନିଜକୁ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀରେ ସାମିଲ କରି ଗ୍ରାମାଞ୍ଚଳରେ ଥିବା ଜଙ୍ଗଲ ଜାତ ଦ୍ରବ୍ଯ ଓ କୃଷି ଜାତ ଦ୍ରବ୍ୟର ଉତ୍ପାଦନ ଓ ତାହାର ପ୍ରକ୍ରିୟାକରଣ କରି ୨୧୮ଟି ଗ୍ରାମରେ ଅର୍ଥନୈତିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି।

ମହିଳାମାନେ ନିଜର ସଞ୍ଚୟକୁ ଆଧାର କରି ପ୍ରାୟ ୬କୋଟି ଟଙ୍କାର ଆର୍ଥିକ କାରବାର କରି ଝାଡୁ, କାନ୍ଦୁଲ ଡ଼ାଲି, ମାଣ୍ଡିଆ, ହଳଦୀ, ତେନ୍ତୁଳି ଓ ପନିପରିବା ଯଥା ଛତୁ ଚାଷକରି ମାସିକ ୨୦୦୦ ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି। ୩୨୦୦ ମହିଳାଙ୍କୁ ଜଣଙ୍କ ପ୍ରତି ୪ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଇଅଛି। ସେହିପରି ପ୍ରାୟ ୮୦୦୦ କୃଷକମାନଙ୍କୁ ନେଇ କୃଷି ଉତ୍ପାଦକ ସଂଘ ଠନ କରିବା ସହ ପ୍ରାୟ ୧୦୦୦ ଏକର ଜମିରେ ସୋଲାର ଚାଳିତ ଜଳସେଚନ ଉପଲବ୍ଧ କରାଯାଇଛି। ଏହା ଦ୍ବାରା ସରକାରଙ୍କ ର ମୂଳ ଲକ୍ଷ୍ୟ କୃଷକମାନଙ୍କ ଆୟକୁ ପ୍ରାୟ ୨ ଗୁଣ ବଢ଼ାଇ ପାରିଛନ୍ତି। ୧୫୦୦ ଯୁବକ ଓ ଯୁବତୀ ମାନଙ୍କୁ ନେଇ ଯୁବକ ସଂଘ ଘଠନ କରି ସେମାନଙ୍କୁ ଅର୍ଥନୈତିକ, ସାମାଜିକ ଓ ପରିବେଶ କ୍ଷେତ୍ରରେ ନିୟୋଜିତ କରିପାରିଛନ୍ତି। ଡିଜିଟାଲ ସେଣ୍ଟର ମାଧ୍ୟମରେ ୧୫୦୦ ଯୁବକ ଓ ଯୁବତୀ ଙ୍କୁ କମ୍ପ୍ୟୁଟର ଶିକ୍ଷା ସହ ଡିଜିଟାଲ ଅର୍ଥନୈତିକ କ୍ଷେତ୍ରରେ ଯୋଗ ଦେବା ଭଳି ତାଲିମ ପ୍ରଦାନ କରାଯାଇଅଛି। ଉପରୋକ୍ତ ବିଷୟରେ “ସ୍ପର୍ଶ ସୋସିଆଲ ଫାଉଣ୍ଡେସନ” ତରଫରୁ ବଡ଼ ଚାନ୍ଦିଲି ଗ୍ରାମରେ ଡାଲି ଓ ମସଲା ପ୍ରକିୟା କରଣ ୟୁନିଟ୍ ର ଶୁଭାରମ୍ଭ ଅବସରରେ ମତପ୍ରକାଶ ପାଇଛି। ସ୍ପର୍ଶ ଦ୍ବାରା ପରିଚାଳିତ ସାନ ଚାନ୍ଦିଲି, ବଡ଼ଚାନ୍ଦିଲି ଓ ଅମଲାଭଟା ଗ୍ରାମର ୩ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୩ ଜଣ ସଦସ୍ୟା ଯୋଗଦେଇ ପ୍ରଶିକ୍ଷକ ଶ୍ରୀ ସମରେନ୍ଦ୍ର ମିଶ୍ରଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ଏହି ଅବସରରେ ମେସିନ ପ୍ରଦାନ କରାଯିବା ସହ ସଠିକ୍ ପରିଚାଳନା, ପ୍ୟାକେଜି କରିବା, ବଜାରିକରଣ କରିବା ବିଷୟରେ ତାଲିମ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ନୀତା ଦିବେଦୀ, ବରିଷ୍ଠ ଅର୍ଥନୀତି ପ୍ରଧାପକ ତଥା ବିଶ୍ଵ ବ୍ୟାଙ୍କର ପରାମର୍ଶଦାତା କହିଲେ ଯେ କୃଷକ ଓ ମହିଳାମାନେ ହିଁ ଗ୍ରାମାଞ୍ଚଳର ଅର୍ଥନୀତିକୁ ତ୍ଵରାନିତ କରିପାରିବେ। ଜେ.କେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ଜି.ଏମ୍ ଏଣ୍ଡ ଷ୍ଟେଟହେଡ୍ ପ୍ରୋଫେସର ପ୍ରଫୁଲ୍ଲ କୁମାର ଧଳ ବକ୍ତବ୍ୟରେ ଜେ.କେ କାଗଜ କଳ ଗ୍ରାମାଞ୍ଚଳର ଏସ୍ ଡି ଜି କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବଡଚାନ୍ଦିଲି ଗ୍ରାମର ମୁଖ୍ୟ ଶ୍ରୀ ବସନ୍ତ ପେଦେଣ୍ଟି ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ର କର୍ମକତା କିଶୋର କୁମାର ସାହୁ, ମନୋଜ ଯାଦବ, କାମିନୀ ସିଂ, ମନୁଶ୍ରୀ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଚାନ୍ଦିନୀ ପେଦେଣ୍ଟି, ସବିତା ପେଦେଣ୍ଟି, ସଂଧ୍ୟା ପୁଲାକା, କସ୍କିତା ପେଦେଣ୍ଟି, ଅନିଲ ତାଡିଙ୍ଗ ସହଯୋଗ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: