‘ଆଜ୍ ତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର,୩୦/୦୪): ପୁଣି କରୋନା ଆଣିଲା ଦୁଃଖ । ଆଉ ଏ ଦୁନିଆରେ ନାହାଁନ୍ତି ଟେଲିଭିଜନ ଜଗତର ବଡ ସାମ୍ବାଦିକ ତଥା ଆଜତକର ପ୍ରସିଦ୍ଧ ନ୍ୟୁଜ ଆଙ୍କର ରୋହିତ ସରଦାନା ।

ଟେଲିଭିଜନ ସାମ୍ବାଦିକତା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମନାକୁ ଆସିଛି । ହୃଦଘାତ ଯୋଗୁଁ ଆଜି ରୋହିତ ସରଦାନାଙ୍କର ମୃତ୍ୟୁ ଘଟିଛି । ନିକଟରେ ସେ ରୋହିତ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଗୁରୁବାର ଦିନ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାମ୍ବାଦିକତା ସହ ଜଡିତ ଅନେକ ଲୋକ ରୋହିତ ସରଦାନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ଧରି ଜି ନ୍ୟୁଜରେ କାମ କରିବା ପରେ ବର୍ତ୍ତମାନ ୨୦୧୭ ମସିହାରୁ ସେ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଜଣେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । କୋଭିଡ୍ ସଂକ୍ରମିତ ରୋହିତ ସରଦାନା ଶେଷ ମୁହୂର୍ତ୍ତରେ ବି ଲୋକଙ୍କୁ ସାହାଯ୍ୟ କରୁଥିଲେ । ହେଲେ ଆଜି ହଠାତ୍ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: