ଆଜି ବଲାଙ୍ଗୀର ରେ ୨୮୮, ରାଜ୍ୟରେ ୧୧୦୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର (୧୯/୦୫): ଗତ ୨୪ ଘଣ୍ଟା ମଧ୍ୟରେ ବୁଧବାର ରାଜ୍ୟରୁ ୧୧,୦୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୧୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪,୮୮୫ଟି ହେଉଛି ଲୋକାଲ କେସ। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୫୩ ହଜାର ୭୫ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୬୫ ହଜାର ୯୫ ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖେର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬୦ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୯୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲାରୁ ୮୬୭ଜଣ ,ଅନୁଗୋଳ ଜିଲ୍ଲାରୁ ୫୫୨ଜଣ , ସମ୍ବଲପୁର ଜିଲ୍ଲାରୁ ୫୪୭ଜଣ , ମୟୂରଭଞ୍ଜ ଜିଲ୍ଲାରୁ ୫୦୭ ଜଣ , ବରଗଡ଼ ଜିଲ୍ଲାରୁ ୩୩୯ ଜଣ , ଝାରସୁଗୁଡ଼ା ଜିଲ୍ଲାରୁ ୩୦୭ ଜଣ , ନୟାଗଡ଼ ଜିଲ୍ଲାରୁ ୨୭୭ ଜଣ, ପୁରୀ ଜିଲ୍ଲାରୁ ୩୫୬ ଜଣ, ନୂଆପଡ଼ା ଜିଲ୍ଲାରୁ ୨୩୨ ଜଣ, ଯାଜପୁର ଜିଲ୍ଲାରୁ ୩୭୮ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯୯ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ବୌଦ୍ଧ ଜିଲ୍ଲାରୁ ୨୧୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬୨ଜଣ, ଭଦ୍ରକ ଜିଲ୍ଲାରୁ ୪୩୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୫ ଜଣ, କୋରାପୁଟ ଜିଲ୍ଲାରୁ ୨୮୦ ଜଣ, ରାୟଗଡା ଜିଲ୍ଲାରୁ ୧୭୦ ଜଣ, ଦେବଗଡ ଜିଲ୍ଲାରୁ ୧୦୭ ଜଣ, ଗଜପତି ଜିଲ୍ଲାରୁ ୮୨ଜଣ, କନ୍ଧମାଳ ଜିଲ୍ଲାରୁ ୬୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: