ଆଜି ବଲାଙ୍ଗୀର ରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୧୨, ରାଜ୍ୟରେ ୨୧୦

ଭୁବନେଶ୍ୱର, ୨୭।୩ ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି ।

ଗତ ୨୪ ଘଣ୍ଟାରେ ପୁଣି ୨୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧୦ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୨୪ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୯୦୪ ରେ ପହଞ୍ଚିଛି । ତେବେ ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ବଲାଙ୍ଗୀର ରୁ ୧୨ଜଣ । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୮୨ ରହିଥିବା ବେଳେ ୧୪୪୯ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Welcome to Odisha News24

error: Content is protected !!
%d bloggers like this: