ଆଜିର ସୁଵିଚାର ,ନୀତିବାଣୀ,ଅନୁଚିନ୍ତା,ସାଧୁବାଣୀ, ସତ୍ୟ କଥନ

💌ଆଜିର ସୁଵିଚାର💌
➖➖➖➖➖➖➖➖➖➖➖
🏮ଯଦି ତୁମେ ଦୁଃଖ ଠାରୁ ଦୁରେଇବାକୁ ଚାଁହୁଛ, ତେବେ କାହାଠାରୁ କିଛି ଆଶା ରଖ ନାହିଁ !!
🏮ଖରାପ ତ ସେତେବେଳେ ଲାଗେ ଯେତେବେଳେ କାହାର ବିପଦର ସାଥି ହେବା ପରେ ସେ ଆମକୁ ଭୁଲି ଯାନ୍ତି !!
🏮ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ !!
🏮ସମ୍ପର୍କରେ ମଣିଷ ବାରମ୍ବାର କଷ୍ଟ ପାଇ ଶେଷରେ ଘୃଣା କରିବା ଶିଖି ଯାଏ !!
🏮ବେଳେ ବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡେ, କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ !!
🏮ଯାହାର ଜୀବନ ରୂପକ ଡ଼ଙ୍ଗାର ନାଉରୀ ପ୍ରଭୂ ସ୍ୱୟଂ ହୋଇଯାନ୍ତି ତାର ଡ଼ଙ୍ଗା ଯେତେ ଝଡ଼ ବର୍ଷା ଆସିଲେ ବି ବୁଡି ନଥାଏ !!
🏮ଅହଂକାରୀ ମଣିଷର ଆଖି ନିଜ ବ୍ୟତୀତ ଆଉ କିଛି ଦେଖି ପାରେ ନାହିଁ !!
💔”ଯଦି କୌଣସି ବ୍ୟକ୍ତି ସର୍ବୋତ୍ତମ ଦକ୍ଷତା ସହିତ କୌଣସି କାର୍ଯ୍ୟ କରିପାରନ୍ତି, ତେବେ ମୁଁ କହିବି ତାଙ୍କୁ ତାହା କରିବାକୁ ଦିଅ | ନିଜକୁ ପ୍ରମାଣ କରିବାକୁ ତାଙ୍କୁ ଏକ ସୁଯୋଗ ଦିଅ !!”
💔”ଯଦି ଆମେ ଆଗରୁ ଜାଣିଛୁ ଆମେ କେଉଁଠାରେ ଅଛୁ ଏବଂ କେଉଁ ଦିଗକୁ ଯାଉଛୁ? ତା’ପରେ ଆମେ ଭଲ ଭାବରେ “କ’ଣ ଏବଂ କିପରି କରିବା ଉଚିତ” ସ୍ଥିର କରିପାରିବା !!”
💔”ଯଦି ଆପଣ ଶାନ୍ତି ଚାହୁଁଛନ୍ତି ତଏବ ଲୋକପ୍ରିୟତା ଠାରୁ ଦୂରେଇ ରୁହନ୍ତୁ !!”
💔”ତୁମର ଶତ୍ରୁମାନଙ୍କୁ ବିଲୋପ କରିବାର ସର୍ବୋତ୍ତମ ଏବଂ ସର୍ବୋତ୍ତମ ଉପାୟ ହେଉଛି ସେମାନଙ୍କୁ ତୁମର ବନ୍ଧୁ କରିବା !!”
💔”ଆମେରିକା କେବେ ବି ବାହାରୁ ଧ୍ୱଂସ ହେବ ନାହିଁ। ଯଦି ଆମେ ଝୁଣ୍ଟି ପଡ଼ିବା ଏବଂ ଆମର ସ୍ୱାଧୀନତା ହରାଇବା, ଏହା କେବଳ କାରଣ ଆମେ ନିଜକୁ ନଷ୍ଟ କରୁଛୁ !!”

💌ଆଜିର ନୀତିବାଣୀ 💌
➖➖➖➖➖➖➖➖➖➖➖
🏮ଜୀବନରେ କେବେ ସେହି ୨ଜଣକୁ ଭୁଲନ୍ତୁ ନାହିଁ…
୧. ଅସମୟରେ ଯିଏ ତୁମଠୁ ଦୁରେଇ ଯାଇଛି !!
୨. ଅସମୟରେ ଯିଏ ତୁମ ସହ ଛାଇ ଭଳି ରହିଛି !!
🏮ଛତା କେବେ ବର୍ଷାକୁ ଅଟକାଇ ପାରେନି କିନ୍ତୁ ବର୍ଷାରେ ଠିଆ ହେବାକୁ “ସାହସ” ଦିଏ, ସେହିପରି ସାହସ ଓ ଧର୍ଯ୍ୟ “ସଫଳତା” ଦିଏନି କିନ୍ତୁ ବିଫଳତାଠୁ ବଂଚେଇବା ଶିଖେଇ ଦିଏ !!
🏮କାହା ପାଇଁ ନୁହେଁ ନିଜ ପାଇଁ ଟିକେ ବଦଳି ଯାଅ… ଏତେ ବଦଳି ଯିବାର ଅଛି ଯେ ଲୋକମାନେ ଆଗ ପରି ଦେଖିବାକୁ ପାଗଳ ହେଇଯିବେ !!
🏮ପରର ଘର ଭାଙ୍ଗି ମନରେ ଆନନ୍ଦ ପାଉଥିବା ଲୋକଟି କେବେ ବୁଝି ପାରେ ନାହିଁ ତା ନିଜର ଘର ସଂସାର ଅଛି ବୋଲି, ସମୟର ପଶାପାଲି ବଦଳି ଗଲେ ତା ନିଜର ଘର କେତେବେଳେ ଯେ ଦଇବ ଭାଙ୍ଗି ଦେବ ସେ ବୁଝି ପାରିବ ନାହିଁ !!
🏮କେବଳ ସାପ ନୁହେଁ କିଛି ମଣିଷ ବି ବିଷାକ୍ତ ହେଇଥାନ୍ତି… ସାପକୁ ତ ଦୂରରୁ ଚିନ୍ହି ହୁଏ କିନ୍ତୁ ବିଷାକ୍ତ ମଣିଷକୁ ଚିନ୍ହିବା ବହୁ କଷ୍ଟ !!
🏮ସମୟ ସହିତ ଚାଲିବା କିଛି ଜରୁରୀ ନୁହେଁ, ସତ୍ୟ ସହିତ ଚାଲନ୍ତୁ ଦିନେ ସମୟ ଆପଣଙ୍କ ସହିତ ଚାଲିବ !!
💔ପ୍ରତ୍ୟେକ ଦିନ ସକାଳେ ଏହି ୫ଟି ବାକ୍ୟ ନିଜକୁ ନିଜେ କୁହନ୍ତୁ…
୧- ମୁଁ ସବୁଠୁ ଭଲ !
୨- ମୁଁ ସବୁ କାର୍ଯ୍ୟ କରି ପାରିବି !
୩- ଭଗବାନ ସବୁବେଳେ ମୋ ସହିତ ଅଛନ୍ତି !
୪- ମୋର ନିଶ୍ଚୟ ବିଜୟ ହେବ !
୫- ଆଜିର ଦିନ ମୋର ହେବ !
💔ଯୌବନରେ କାଉ ମଧ୍ୟ ସୁନ୍ଦରୀ ଦିଶେ, ଶ୍ରାବଣରେ ନଦୀ ମଧ୍ୟ କୁମାରୀ ବୋଲାଏ, କ୍ଷମତାରେ ଥିଲେ ନେତା ମାନଙ୍କର ମିଛ କଥା ମଧ୍ୟ ଅମୃତ ବାଣୀ ଆଉ ଧନ-ସମ୍ପତ୍ତି ଥିଲେ ମୂର୍ଖ ମଧ୍ୟ ଜ୍ଞାନୀ !!
💔କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ l ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଓ ବିପଦକୁ ବିଜୟ କରେ !!
💔ଦୁନିଆରେ ଯେତେ ପ୍ରକାର ଭୟ ରହିଛି ”ବଦନାମ” ହେଉଛି ସବୁଠାରୁ ବଡ଼ ଭୟ !!
💔ଜନ୍ମଦାତା, ଗୁରୁ, ଆଚାର୍ଯ୍ୟ, ଅନ୍ନଦାତା ଓ ଭୟରୁ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ “ପିତା” କୁହାଯାଏ !!
💔ଦଣ୍ଡର ଭୟ ନଥିଲେ ମନୁଷ୍ୟ ଭୁଲ କାମ କରିବାରେ ଲଗେ !!
💔ଘର ପଛପଟେ ଏଣ୍ଡୁଅଟି “ଆତ୍ମହତ୍ୟା” କରିଛି, ସୁଇସାଇଡ ନୋଟରେ ଲେଖିଛି ରଙ୍ଗ ବଦଳେଇବାରେ ମୁଁ ମଣିଷଠୁ ହାରିଗଲି !!

➡️”ମିଛ କହିବା ଦ୍ୱାରା ଯଦି କାହାର ଜୀବନ ରକ୍ଷା ହୋଇପାରିବ, ବିବାଦର ସମାଧାନ ହୋଇପାରିବ, ସମାଜର ମଙ୍ଗଳ ସାଧିତ ହୋଇପାରିବ ତେବେ ସେ ମିଛ କହିଲେ ଦୋଷାବହ ନୁହେଁ !!”
➡️”ସ୍ୱାମୀ ଅଭିମାନିନୀ, ପୁତ୍ରହରା ମାତା, ଧନ ହଜାଇଥିବା ରଙ୍କ, ରାଜଦଣ୍ଡିତ ଲୋକ, ଗଣ୍ଡମୂର୍ଖ, କୃପଣ, କର୍ମତ୍ୟାଗୀ ସନ୍ନ୍ୟାସୀ, ମୁନି, ମଉନୀ, ନିଗୃହିତ ବିଦ୍ବାନ – ଏମାନଙ୍କୁ ହସ ମାଡେ ନାହିଁ !!”
➡️”ନ୍ୟାୟ ଉପାର୍ଜ୍ଜିତ ଧନ ଓ ସଂଚିତ ସମ୍ପଦକୁ ଯତ୍ନ ସହକାରେ ସାଇତି ରଖିବ । ନିଜର ବୟସନୁସାରେ ସ୍ୱାସ୍ଥ୍ୟକୁ ଜଗିବ । ଉପଯୁକ୍ତ ଯତ୍ନ ନେବ, ବନ୍ଧୁର ଉପଯୁକ୍ତ ସତ୍କାର କରିବ !!”
➡️”ବେଶୀ ବୟସ, ବେଶୀ ଧନଶାଳୀ, ପିତୃବ୍ୟସମ୍ବନ୍ଧ ଅଧିକାରୀ ହେଲେ ଯେ ସେ ମହତ ହେବ ଏମିତି ନୁହେଁ, ଯେ ନ୍ୟାୟ ଜ୍ଞାନର ଅଧିକାରୀ ସେ ଅଳ୍ପ ବୟସ, ଦରିଦ୍ର ବା ରକ୍ତ ସମ୍ପର୍କୀୟ ନହେଲେ ମଧ୍ୟ ମହତ ଓ ଗୁରୁସ୍ଥାନୀୟ !!”
➡️”ସବୁ ପ୍ରକାର ଦାନଠାରୁ ବିଦ୍ୟାଦାନ ଦେବା ଶ୍ରେଷ୍ଠ !!”

💌ଆଜିର ଅନୁଚିନ୍ତା💌
➖➖➖➖➖➖➖➖➖➖➖
🔘ମୁଁହରେ କହଇ ମିଠା ମିଠା କଥା ପେଟରେ ରଖଇ ବିଷ, ପର ଦୁଃଖ ଦେଖି କୁମ୍ଭୀର କାନ୍ଦଣା ପଛରେ ମୁରୁକି ହସ ! ଏଇ ଆମ କଳି ଯୁଗର ମଣିଷ !!
🔘ସ୍ୱାର୍ଥ ଚେଷ୍ଟା କରୁଥିବା ଲୋକ ଏବଂ କଳି ଲଗାଉଥିବା ଲୋକ ଜୀବନରେ କେବେ ସୁଖ ଶାନ୍ତିରେ ରହି ପାରନ୍ତି ନାହିଁ !!
🔘ଦୁନିଆରେ ସବୁଠୁ ବଡ଼ ମୁସ୍କିଲ କାମ, ମାର “ମମତା” ଆଉ ବାପାଙ୍କ “କ୍ଷମତା” ଏଇ ଦୁଇଟାକୁ ମାପିବା ଅସମ୍ଭବ !!
🔘ପରିଚୟ ଓ ସମ୍ମାନ କୌଣସି ମହଲରୁ ମିଳିନଥାଏ, ଏହା କେବଳ ଶିକ୍ଷା, ସଂସ୍କାର ଓ ଆଦର୍ଶରୁ ହିଁ ମିଳିଥାଏ !!
🔘ଜଣେ ମରିବା ପରେ କାନ୍ଦିବା ପାଇଁ ତ ହଜାରେ ମିଳିଯିବେ, କିନ୍ତୁ ବଞ୍ଚିଥିବା ବେଳେ ତାକୁ ବୁଝିବା ପାଇଁ ଜଣେ କେହିବି ମିଳି ନଥାନ୍ତି !!
🔘କ୍ଷମା କରିବା ମଣିଷର ବଡ଼ ପଣିଆ, କିନ୍ତୁ ଏତେ ବି କ୍ଷମା ଦେବା ଠିକ ନୁହେଁ ଯେ ଭୂଲ କରିବା ଲୋକ ନିଜ ସୀମା ଟପିଯିବ !!
🔘ଶିକ୍ଷିତ ବ୍ୟକ୍ତି ମାନେ ଯେତେବେଳେ ଅଶିକ୍ଷିତ ପରି ବ୍ୟବହାର କରନ୍ତି, ସେତେବେଳେ ସମାଜର ପତନ ସୁନିଶ୍ଚିତ ଅଟେ !!

➡️”ସନ୍ଦେହ ଓ ଅବିଶ୍ଵାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ବାସ କରିବା ଠିକ୍ ନୁହେଁ !!”
➡️”କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ , ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଥାଏ !!”
➡️”ଦୁଃଖ କହିବା ଆଉ ଶୁଣିବା ଭିତରେ ଅନେକ ଫରକ୍ ଥାଏ …. କାହିଁକି ନା ଶୁଣୁ ଥିବା ଲୋକଟି କେବଳ ଅନୁଭବ କରିଥାଏ …. କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗ ଲିଭାଇ ଥାଏ …. !!”
➡️”ଅଭାବ ଭିତରେ ଥାଇ ମଧ୍ୟ ସମସ୍ୟା କୁ ସମାଧାନ କରିବାର କ୍ଷମତା ଯାହା ପାଖରେ ରହିଥାଏ , ସେଇ ମଣିଷ ବାସ୍ତବତା କୁ ମଧ୍ୟ ଖୁବ୍ ଅତି ନିକଟରୁ ଜାଣି ପାରିଥାଏ , ଏବଂ ଦୁଃଖରେ ଥିଲେ ବି ସର୍ବଦା ଚେଷ୍ଟା କରିଥାଏ ଅନ୍ୟ ମାନଙ୍କୁ ଖୁସି ଦବା ପାଇଁ … !!”
*➡️”ନାଟକ … କରିବାକୁ ହେଲେ ରଙ୍ଗମଞ୍ଚରେ କର କାହା ଜୀବନ ମଞ୍ଚରେ ନୁହେଁ !!
➡️ଯୋଉ ଲଢେଇରେ ନିଜର ମଣିଷ ଶତୃ ହୋଇ ଯାଆନ୍ତି ସେଇ ଲଢେଇରେ ମଣିଷ କେବେବି ଜିତି ପାରି ନ ଥାଏ ।

➡️ଯେଉଁ ସମ୍ପର୍କରେ ବିଷ ମିଶି ସାରିଛି, ସେଥିରେ ଅମୃତ ମିଶାଇ ଦେବା ପରେ ମଧ୍ୟ ମିଠା ହୋଇ ପାରିବ ନାହିଁ ।
➡️କାହାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଦେଖିବେ ସେ ନିଶ୍ଚୟ ତୁମକୁ ଭଲ ଲାଗିବେ
➡️ଭଲ ସମୟ ସେହି ମଣିଷର ଜୀବନରେ ଆସିଥାଏ, ଯିଏ କେବେ ମଧ୍ୟ କାହାର ଖରାପ ଚିନ୍ତା କରେନାହିଁ ।
➡️Medicine ପକେଟରେ ନୁହେଁ ଶରୀର ଭିତରକୁ ଗଲେ କାମ କରିଥାଏ ।ଠିକ୍ ସେହିପରି ଭଲ ବିଚାର Mobile ଭିତରେ ନୁହେଁ, ନିଜ ହୃଦୟକୁ ଗଲେ ଜୀବନ ସଫଳ ହୋଇଥାଏ ।

🌹ପୃଥିବୀର ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷର ମନ ଓ ମଣିଷର ଲୋଭ, ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ଦିଶିବ ।।
🌹” ସମ୍ପର୍କ ” ଏକ ଅଜବ ପ୍ରକାରର ଶବ୍ଦ, ଯାହା ବିଶ୍ବାସ ନ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଆଉ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ ।।
🌹ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ଯସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ !! ଚେଷ୍ଟା ହିଁ ମଣିଷକୁ ସଫଳ, ସୁନ୍ଦର ବନେଇ ଦେଇଥାଏ
🌹ଜୀବନର ଗତି କେବେବି କାହା ପାଇଁ ଅଟକି ଯାଏ ନାହିଁ, ଆଉ କାହା ପାଇଁ ଅଟକେଇ ରଖିବା ବି ବୋକାମି ।।
🌹ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି ଚିହ୍ନା ମଣିଷର ଅଚିହ୍ନା ରୂପ ।।
🌹ନିଜର Selfy ନେବାକୁ ମାତ୍ର ଅଳ୍ପ କିଛି ସମୟ ଲାଗିଥାଏ, ପରନ୍ତୁ ନିଜର Image ବନେଇବାକୁ ସାରା ଜୀବନ ବିତିଯାଏ ।।

💌ଆଜିର ସାଧୁବାଣୀ💌*
➖➖➖➖➖➖➖➖➖➖➖
🏮ସବୁଜ କପଡ଼ାରେ ମୁଗ ବାନ୍ଧି ତକିଆ ତଳେ ରଖି ଶୋଇଲେ ଏବଂ ତାକୁ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ରହିଥାଏ। ଏହା ସହିତ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।
*🏮ଗୋଟେ ଧଳା କପଡ଼ାରେ ପାନ ମଧୁରୀ ବାନ୍ଧି ତକିଆ ତଳେ ରଖି ଶୋଇବା ଦ୍ୱାରା ଗ୍ରହ ଦୋ-ଷା କମ ହୋଇଥାଏ ଏବଂ ଖରାପ ସ୍ୱପ୍ନ ଏବଂ ମାନସିକ ଚିନ୍ତା ଦୂର ହୋଇଥାଏ।
🏮ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରଖି ଶୋଇବା ଦ୍ୱାରା ନ-କାରା-ତ୍ମକ ଶକ୍ତି ଦୂର ହୋଇଥାଏ। ଦୁଇଗୁଣା ଶୁଭ ହୋଇଥାଏ।
🏮ଯଦି ଶୋଇବା ସମୟରେ ପିଲା ଚମକୁ ଥାଏ କିମ୍ବା ଡ଼ରୁ ଥାଏ ତେବେ ତକିଆ ତଳେ ଗୋଟେ ଲୁହା ଜିନିଷ ରଖିବା ଦ୍ୱାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରାମରେ ଶୋଇଥାନ୍ତି।
🏮ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ଶୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ।ଏବଂ ସ୍ୱାମୀ ସ୍ତ୍ରୀ ବି-ବା-ଦ ଦୂର ହୋଇଥାଏ।
🏮ତକିଆ ପାଖରେ କେବେବି ମନିପୋର୍ସ ରଖି ଶୋଇବା ଉଚିତ ନୁହେଁ।ଏହା ଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ।

🌹☘️” ମହାପୁରୁଷଙ୍କ ବାଣୀ “☘️🌹
💩”ଆମର ଯାତ୍ରା ଯେତେ ଭୟଙ୍କର ଏବଂ ପଥର ହୋଇପାରେ, ଆମର ଯାତ୍ରା ଯେତେ ଯନ୍ତ୍ରଣାଦାୟକ, ତଥାପି ଆମକୁ ଆଗକୁ ବଢ଼ିବାକୁ ପଡିବ! ସଫଳତାର ଦିନ ବହୁତ ଦୂରରେ ଥାଇପାରେ, କିନ୍ତୁ ଏହା ଅପରିହାର୍ଯ୍ୟ!” – ସୁଭାଷ ଚନ୍ଦ୍ର ବୋଷ
💩”ଆମେ ଧୌର୍ଯ୍ୟହରା ହେବା ଉଚିତ୍ ନୁହେଁ କିମ୍ବା ଆମେ ଆଶା କରିବା ଉଚିତ୍ ନୁହେଁ ଯେ ଯେଉଁ ପ୍ରଶ୍ନର ଉତ୍ତର ଖୋଜିବାକୁ ଅନେକ ଲୋକ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ଆମେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଉତ୍ତର ପାଇବୁ!” – ସୁଭାଷ ଚନ୍ଦ୍ର ବୋଷ
💩”ଆମର କେବଳ କାର୍ଯ୍ୟ କରିବାର ଅଧିକାର ଅଛି! କର୍ମ ଆମର କର୍ତ୍ତବ୍ୟ! ସେ (ଭଗବାନ) କର୍ମର ଫଳର ଗୁରୁ, ଆମେ ନୁହେଁ!” – ସୁଭାଷ ଚନ୍ଦ୍ର ବୋଷ!
💩”ମୁଁ ପ୍ରାୟତଃ ପିଲାମାନଙ୍କ ସହିତ ଥଟ୍ଟା କରେ ଯେଉଁମାନେ ମୋତେ ସମର୍ଥନ କରିପାରିବେ | ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଜର ଅନ୍ତର୍ନିହିତ ସନ୍ତାନକୁ ବଞ୍ଚାଇ ପାରିବ, ସେପର୍ଯ୍ୟନ୍ତ ଜୀବନ ଅନ୍ଧକାର ଛାଇଠାରୁ ଦୂରରେ ରହିପାରିବ ଯାହା ମନୁଷ୍ୟର କପାଳରେ ଚିନ୍ତାର ଧାଡି ଛାଡିଦିଏ |” – ସର୍ଦ୍ଦାର ବଲ୍ଲବଭାଇ ପଟେଲ |

: 💔🦚ସତ୍ୟ କଥନ🦚💔🌹ତାରିଖ : ୨୮-୦୩-୨୦୨୧🌹👉ରବିବାର👈
ପୂଜା ସମୟରେ ଉପବାସ ରହନ୍ତି କାହିଁକି?
*ଆଧ୍ୟାତ୍ମିକ ମତ ଅନୁସାରେ ପେଟିଭିତରେ ଜଳୁଥିବା ପାକ ଅଗ୍ନି ଖାଦ୍ୟ ନପାଇଲେ ଦେହର ଦୂଷିତ ପଦାର୍ଥଗୁଡିକୁ ଦହନ କରେ। ଉପବାସ ରହିଲେ ଦେହର ମଳ ଦହିତ ହୋଇ ଦେହ ମନ ଓ ନିର୍ମଳ କରେ । ତେଣୁ ପୂଜା କରିବା ପୂର୍ବରୁ ଉପବାସ ରହିବା ବିଧି ରହିଛି। ବିଜ୍ଞାନ ମତରେ ଆମେ ଖାଉଥିବା ଖାଦ୍ୟର ସମସ୍ତ ଅଂଶ କାମରେ ନଲାଗି ବଳକା ଅଂଶ ଯକୃତ ଓ ମାଂସ ପେଶୀରେ ସଞ୍ଚିତ ହୋଇ ରହେ। କେତେକ ଅଂଶ ଚର୍ବିରେ ପରିଣତ ହୁଏ। ଏଗୁଡିକ ଅଧିକ ଇଉରୀକ ଅମ୍ଳ ସୃଷ୍ଟି କରେ । ଯାହାକି ବିଭିନ୍ନ ମାରାତ୍ମକ ରୋଗର କାରଣ ହୁଏ। ମଝିରେ ମଝିରେ ଉପବାସ ରହିଲେ ସେହି ସଞ୍ଚିତ ଖାଦ୍ୟ କାମରେ ଲାଗେ । ମେଦ ହ୍ରାସ ହୁଏ। ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ହିତକର

Welcome to Odisha News24

error: Content is protected !!
%d bloggers like this: