ଆଜିର ଦିନସାରା ଖବର // ତାରିଖ :୧୭/୦୫/୨୦୨୧ (ସୋମବାର)

ଭୁବନେଶ୍ୱର (୧୭/୦୫): ଆଜିର ଦିନସାରା ଖବର // ତାରିଖ :୧୭/୦୫/୨୦୨୧ (ସୋମବାର)

➡️ପ୍ରବାସୀ ମହିଳା ଓ ୬ ବର୍ଷରୁ କମ୍ ଶିଶୁଙ୍କୁ ଅଙ୍ଗନବାଡ଼ିରେ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ଦ୍ଦେଶ । ମମତା ଯୋଜନାରେ ପଞ୍ଜୀକରଣ ଅବଧି ୩ ମାସରୁ ୭ ମାସକୁ ବୃଦ୍ଧି ପାଇଛି।
➡️ଭାରତୀୟ ରେଲୱେ ୬୦୦୦ଷ୍ଟେସନରେ ମାଗଣା ୱାଇ-ଫାଇ ସେବା ଆରମ୍ଭ ହୋଇଛି।

➡️ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ପ୍ରବଳ ବର୍ଷା ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ମୁମ୍ବାଇ ବିମାନ ବନ୍ଦର ରହିଛି।

➡️ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଏଥର ବି ହେବ ଭିଡିଓ କ୍ଲାସ: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭିଡିଓ କ୍ଲାସ ହେବ।

➡️ଗୋଦାମ ଘରେ ଭେଣ୍ଟିଲେଟର, ତୁରନ୍ତ ବ୍ୟବହାର କରିବାକୁ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

➡️ଆସନ୍ତା ସପ୍ତାହରୁ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା ।
କଟକ ମହାନଗର ନିଗମ କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।
➡️ମେ ୩୧ ଯାଏଁ OHRC କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ବାରଣ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ OHRC ପକ୍ଷରୁ ପଦକ୍ଷେପ ନେଇଛନ୍ତି।
➡️ଅଗଷ୍ଟ-ଡିସେମ୍ବର ୨୦୨୧ ବେଳକୁ ଭାରତରେ ୨୧୬ କୋଟି କୋଭିଡ଼ ଟୀକା ଉପଲବ୍ଧ ହେବ ।
➡️ଆସନ୍ତା ସମୟରେ କରୋନା ଆହୁରି ଅନେକ ଲହର ଭାରତର ସମସ୍ୟା ବଢ଼ାଇ ପାରେ । ସୌମ୍ୟା ସ୍ୱାମୀନାଥନ କହିଛନ୍ତି କରୋନା ଯୁଦ୍ଧରେ ଆଗାମୀ ୬-୧୮ ମାସ ଭାରତର ପ୍ରୟାସ ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ ।
➡️ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ CRPF ଯବାନଙ୍କ ଗୁଳିରେ ୩ ଗ୍ରାମବାସୀ ମୃତ ହୋଇଛନ୍ତି।
➡️ଆନ୍ଧ୍ରପ୍ରଦେଶରେ ଆସନ୍ତା ୩୧ ଯାଏଁ କର୍ଫ୍ୟୁ ଘୋଷଣା କଲେ ଆନ୍ଧ୍ରପ୍ରଦେଶ ସରକାର।
➡️ବାତ୍ୟା ତାଉ-ତେ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ମୁମ୍ବାଇ ସହ ମହାରାଷ୍ଟ୍ରର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ଜାରି ରହିଛି।
➡️କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା ।
➡️ ଘରୋଇ ଆମ୍ବୁଲାନ୍ସର ଗାଡିର ମଡେଲ ଓ କିଲୋମିଟର ପିଛା ଦର ଧାର୍ଯ୍ୟ କଲା ପରିବହନ ବିଭାଗ ।
➡️ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ୟାକ୍ସିନେସନ ଆଟ ଡୋର ଆରମ୍ଭ ହୋଇଛି।
➡️ବାତ୍ୟା ତାଉତେ ପ୍ରଭାବ: ଓଖା-ପୁରୀ ସ୍ପେଶାଲ୍‌ ଟ୍ରେନ୍‌ ବାତିଲ ହୋଇଛି।
➡️ଓଡ଼ିଶାରେ କରୋନା ସ୍ଥିତି ଓ ମୁକାବିଲା ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
➡️କେନ୍ଦ୍ର ସରକାରଙ୍କ ‘କୋଭିଡ୍‌ ‌ଜିନୋମ୍ ମ୍ୟାପିଙ୍ଗ୍‌ ଗ୍ରୁପ୍‌’ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଭୂତାଣୁବିତ୍‌ ଶାହିଦ ଜାମିଲ୍‌।
➡️ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଛନ୍ତି।
➡️ଆଜିଠୁ ମାଟ୍ରିକ୍‌ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
➡️ଆରପାରିରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ।
➡️ଦେଶରେ ଆଉ ୩ ଲକ୍ଷ ୭୮ହଜାର ୭୪୧ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୨କୋଟି ୧୧ ଲକ୍ଷ ୭୪ ହଜାର ୭୬, ଆରୋଗ୍ୟ ହାର ୮୪.୮୧% କୁ ବୃଦ୍ଧି ପାଇଛି।
➡️ଦେଶରେ ୨ ଲକ୍ଷ ୮୧ ଲକ୍ଷ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ହୋଇଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: