ଆଗଧାଡ଼ିର କର୍ମଚାରୀଙ୍କୁ ଟୀକା ପ୍ରଦାନପାଇଁ ପ୍ରସ୍ତୁତିବୈଠକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା -୦୪/୦୨/୨୧): ରାୟଗଡ଼ା ଜିଲ୍ଲାରେ ଆଗଧାଡିର କର୍ମଚାରୀଙ୍କୁ କରୋନା ଟୀକା ପ୍ରଦାନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |

ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନନ୍ତ ନାରାୟଣ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ମହାନ୍ତି, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଗ୍ରାମ ଉନ୍ନୟନ ସଂସ୍ଥା ରାୟଗଡା ଭୀମସେନ ଶବର ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଯୋଗ ଦେଇ ୬-୨ ରୂ ଆରମ୍ଭ ହୋଇ ୧୬-୨ ପର୍ଯ୍ୟନ୍ତ ଚାଲୁ ରହିବା ଟୀକା କରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ | ଏହି ଟୀକା କରଣ ମୁଖ୍ୟତଃ ଆଗ ଧାଡ଼ିର କାର୍ଯ୍ୟରତ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ପ୍ରଦାନ କରାଯିବ | ସର୍ବ ପ୍ରଥମେ ଗତ ଜାନୁଆରୀ ୧୬ ତାରିଖରେ ଆଶା, ଅଙ୍ଗନବାଡି ମାନଙ୍କୁ ପ୍ରଥମ ଖୋରାକ ଦିଆଯାଇଛି |

ଦ୍ଵିତୀୟ ଖୋରାକ ୨୮ ତାରିଖରେ ଦିଆଯିବ | ସେହିପରି ଵିପର୍ୟୟ ପରିଚାଳନା ପ୍ରକଳ୍ପ ନିର୍ଦେଶକ ଙ୍କ ପ୍ରସ୍ତୁତ ତାଲିକା ଅନୁଯାୟି ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ, ରାଜସ୍ବ ବିଭାଗ, ପ୍ରକଳ୍ପ କାର୍ଯ୍ୟାଳୟ, ଗ୍ରାମ ଉନୟନ ସଂସ୍ଥା, ପଞ୍ଚାୟତ, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡା ଅଧିକାରୀ, ସ୍ୱଳ୍ପ ସଂଚୟ ଅଧିକାରୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ ଅଧିକାରିଙ୍କୁ ଟୀକା ପ୍ରଦାନ କରାଯିବାର ଯୋଜନା ରହିଛି । ଜିଲ୍ଲାରୁ ୬୨୮୨ ଆଗ ଧାଡ଼ିର କର୍ମକର୍ତ୍ତାଙ୍କୁ ଟୀକା କରଣ କରାଯିବ। ତତ ସଂଗେ ସଙ୍ଗେ ସମସ୍ତ ଆରକ୍ଷୀ ବାହିନୀ, ଆର ପି ଏଫ, ଶୀ ଆର ପି ଏଫ, ସୁରକ୍ଷା ବାହିନୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି । ସେହିପରି ରାଜସ୍ବ ବିଭାଗ ଦ୍ୱାରା ତାଲିକା କରାଯାଇ ଥିବା ସବ ରେଜିଷ୍ଟାର, ଅବକାରୀ, ଜିଲ୍ଲା ମଙ୍ଗଳ, ଲୋକ ସୂଚନା ଓ ସଂସ୍କୃତି ବିଭାଗର ସମସ୍ତ ଙ୍କୁ ଟୀକା ପ୍ରଦାନ କରିବା ପାଇଁ ବ୍ୟବସ୍ତା ରହିଛି ବୋଲି ନିଷ୍ପତି ନିଆ ଯାଇଥଲା । ଏହାକୁ ସତ ପ୍ରତିଶତ ସଫଳ କରାଇବାରେ ପ୍ରଶାସନ ଚେଷ୍ଟା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: