ଆଉ କମିବ ନାହିଁ ସିଲାବସ୍; ପିଲାଙ୍କୁ ଛୁଟିଦିନ ସହ ୧୦୦ଦିନ ପାଠ ପଢ଼ାହେବ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୫-୦୧): ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ , ସିଲାବସ ୩୦ ପ୍ରତିଶତ କମିଛି, ଆଉ କମିବ ନାହିଁ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପାଠ ପଢିପାରିବେ। ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବାକୁ ଯାଉଛି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

ସ୍କୁଲ ଖୋଲିବା ନେଇ ଘୋଷଣା କରାଯିବା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସମୀର ଦାସ କହିଛନ୍ତି ଯେ , ସିଲାବସ ୩୦ ପ୍ରତିଶତ କମିଛି, ଆଉ କମିବ ନାହିଁ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପର୍ଯ୍ୟନ୍ତ ପାଠ ପଢିପାରିବେ ଏବଂ ଅଧିକ ପିଲା ଥିଲେ ସେକ୍ସନ ସଂଖ୍ୟା ବଢାଯିବ । ଏହା ସହିତ ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି ।
ଏହା ସହିତ ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ କ୍ଲାସ ହେଉନି । ପିଲାଙ୍କୁ ଶହେ ଦିନ ପାଠପଢାର ଆବଶ୍ୟକତା ରହୁଛି । ରବିବାରଦିନ ପାଠ ନ ପଢାଇଲେ ଶହେ ଦିନ ହେବନି । ବର୍ତ୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନେଇ ନିଷ୍ପତି ହୋଇନି । ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: