ଆଉ୨ଜଣ ରତ୍ନପଥର ବେପାରୀ ଗିରଫ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୨/୧୨): ଗତ କିଛିଦିନ ତଳେ ରାୟଗଡ଼ାରୁ ବାହାର ରାଜ୍ୟ ଓ ବାହାର ଦେଶକୁ ମୂଲ୍ୟବାନ ପଥର ଚୋରା ଚାଲାଣ କରୁଥିବାର ଘଟଣା ରେ ରାୟଗଡ଼ା ସହରରେ ଜଗନ୍ନାଥ କମ୍ପ୍ଲେକ୍ସରେ ରହୁଥିବା ଜିତେନ୍ଦ୍ର ବେହେରା ନାମକ ଜଣକୁ ଗିରଫ କରିଥିବା ବେଳେ, ତାଙ୍କ କାରରୁ ୧୫୧କେଜିର ରତ୍ନ ପଥର ଜବତ କରିଥିଲେ।

ଏହି ଘଟଣାରେ ଜିତେନ୍ଦ୍ରଙ୍କ ସହ ବହୁ ରାଜନେତା ବାବୁମାନଙ୍କର ଲିଙ୍କ ଥାଇପାରେ ବୋଲି ଭିଜଲାନ୍ସ ବିଭାଗ କୁ କିଛି ସୁରାକ ମିଳିଛି।ଯାହାଫଳରେ କିଛି ନେତା ଓ ମନ୍ତ୍ରୀ ମାନଙ୍କର ବହିଷ୍କାର ଦାବିକରିଛି ଜିଲ୍ଲା ବିଜେପି ଓ ଜିଲ୍ଲା କଂଗ୍ରେସ।ଏହା ସହିତ ଏହିମୂଲ୍ୟବାନ ପଥର ମାମଲାରେ ରାୟଗଡା ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଅନୁସନ୍ଧାନ ବେଳେ ଜଣାପଡିଛି ଯେ ଏହିବ୍ୟକ୍ତିମାନେ ଅର୍ଦ୍ଧ ମୂଲ୍ୟବାନ ପଥର ଯୋଗାଇବା ଏବଂ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାଙ୍କ ଠାରୁ କିଣିବାରେ ସମ୍ପୃକ୍ତ ଥିଲେ। ଉକ୍ତ ଦୁଇଜଣ ଆସାମୀ ହେଲେ ରାଧା ମୋହନ ମହାନ(୫୩ ବର୍ଷ) ପିତା ଗେମ୍ସୱର ମହାନ ସୁଧାଛକ ରାୟଗଡା ଟାଉନ ଏବଂ ସେଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ ଭାବରେ କାର୍ଯ୍ୟରତ । ଅନ୍ୟଜଣେ ହେଲେ ସୁବାଶ ରତ୍ନାଲୁ (୪୫) ପିତା- ଗୋପୀନାଥ ରତ୍ନାଲୁ, ରାୟଗଡା ଜିଲ୍ଲା ମୁନିଗୁଡାର ବୋଲି ଜଣାପଡିଛି।

Welcome to Odisha News24

error: Content is protected !!
%d bloggers like this: