ଆଇପିଏସ୍ ଅମିତାଭ ଠାକୁର, ଓଏସଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୩୦/୦୫): ଲକଡାଉନ ସମୟରେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଲାଣି । ପୁଲିସ ଏହାକୁ ରୋକିବାକୁ ବିଭିନ୍ନ ପ୍ରନ୍ଥା ଅବଲମ୍ବନ କଲେ ମଧ୍ୟ ସାଇବର ଠକେଇକୁ ରୋକିବାରେ ଫେଲ ମାରୁଛି । ଯେଉଁଥି ପାଇଁ ସାଇବର ଠକ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି । ଏଥର କିନ୍ତୁ ସାଇବର ଠକ ଠକେଇର ତରିକା ବଦଳାଇ ଦେଇଛନ୍ତି । ସେମାନେ ପ୍ରତିଷ୍ଠିତ ଲୋକଙ୍କୁ ଟାର୍ଗଟ କରି ସେମାନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ।

ବରିଷ୍ଠ ଆଇପିଏସ୍ ତଥା ଆଇଜି ଅପରେସନ୍ ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କ ନାମରେ ସାଇବର ଠକ ଫେସ୍ବୁକ୍ରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି । ସେହିପରି ବିଜେଡି ମୁଖପାତ୍ର ତଥା ଓଏସଆଇସି ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ଏପରିିକ ଅବିକଳ ଦେଖାଯିବା ପାଇଁ ସାଇବର ଠକ ତାଙ୍କର ଫ୍ୟାମିଲ୍ ଫଟୋ, ଅବା ପୂର୍ବ ଆକାଉଣ୍ଟରେ ଥିବା ଫଟୋ ଦେଉଛନ୍ତିି । ଏହି ଆକାଉଣ୍ଟରୁ ସାଇବର ଠକ ତାଙ୍କର ସମ୍ପର୍କୀୟମାନଙ୍କୁ ଫ୍ରେଣ୍ଡ ରିକୁ୍ୟଏଷ୍ଟ ପଠାଇଛନ୍ତି । ଯେଉଁମାନେ ତାଙ୍କର ଫ୍ରେଣ୍ଡ୍ ରିକୁ୍ୟଏଷ୍ଟକୁ ଆସେଫ୍ଟ କରୁଛନ୍ତି ତାଙ୍କ ସହ ଭଲରେ କଥା ହେଉଛନ୍ତି । ପରେ ତାଙ୍କ ମନରେ ବିଶ୍ୱାସ ଜମାଇବା ପରେ ଲୁଟିବା ପାଇଁ ଯୋଜନା କରୁଛନ୍ତି । ଏପରିକି ସେ ମେଡିକାଲ ଇମରଜେନ୍ସ ଅଛନ୍ତି ତାଙ୍କୁ କିଛି ଟଙ୍କା ଧାର ମାଗୁଛନ୍ତି । ଟଙ୍କା ଦେବା ପରେ ଦୁଇ ଦିନ ଭିତରେ ଫେରାଇ ଦେବାକୁ ମଧ୍ୟ ଠକ କହୁଛନ୍ତି । ଠକ ୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଧାର ମାଗୁଛି।

ଅମିତାଭ ଠାକୁରଙ୍କ ଅନେକ ସମ୍ପର୍କୀୟଙ୍କ ନିକଟକୁ ଏଭଳି ମେସେଜ ଯିବା ପରେ ସେମାନଙ୍କ ମନରେ ସନେ୍ଦହ ହୋଇଥିଲା । ସେମାନେ ତୁରନ୍ତ ଏନେଇ ଅଭିତାଭଙ୍କୁ ଜଣାଇଥିଲେ । ସାଇବର ଠକଙ୍କ ଏଭଳି ଚାଲ ବୋଲି ଅମିତାଭ ଜାଣିବା ପରେ ତୁରନ୍ତ ନିଜର ଫେସ୍ବୁକ୍ ଆକାଉଣ୍ଟରେ ଲୋକଙ୍କୁ ଟଙ୍କା ନଦେବା ପାଇଁ ସଚେତନ କରିଥିଲେ । ସେହିପରି ଚିନ୍ମୟ ସାହୁଙ୍କ ନାଁରେ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ସାଇବର ଠକମାନେ ତାଙ୍କର କିଛଇ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଦେଖିବାକୁ ମିଳିଛି। ଏନେଇ ଉଭୟ ସାଇବର ସେଲକୁ ଜଣାଇଛନ୍ତି। ଦୁଇ ଦିନ ପୂର୍ବର୍ରୁ ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ସାଇବର ଠକ ଏଭଳି ଭାବେ ତାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଥିଲେ । କୋଭିଡ଼ ସମୟରେ ଅନେକ ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟରେ ପହଞ୍ଚି ସେବା କରୁଛନ୍ତି । କିନ୍ତୁ ସାଇବର ଠକ ପ୍ରଶାସନିକ ଅଧିକାରୀଙ୍କ ଲୋକପ୍ରିୟତାର ସୁଯୋଗ ନେଇ ଲୋକଙ୍କ ଠକୁଛନ୍ତି । କେବଳ ଅମିତାଭ ଠାକୁର ନୁହେଁ ପୁର୍ବରୁ ଅଇପିଏସ୍ ସୁଧାଶୁଂ ଷଡ଼ଙ୍ଗୀ, ପୂର୍ବତନ ଡିସିପି ଅନୁପ ସାହୁ, ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିଲେ ସାଇବର ଠକ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: