ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ

ରିପୋର୍ଟ: ପ୍ରଶାନ୍ତ ମାଝୀ //
ଝାରସୁଗୁଡା (୧୯/୧୨): ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ ପାଇଁ ଆଜି ଓଡିଶା ସ୍କିଲ ଡଭଲପମେଂଟ ଅଥୋରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିଲେ । ଏହି ଅବସରରେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଦେବଗଡ, ବରଗଡ ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।

କରୋନା ଯୋଗୁଁ ଭୁଷୁଡି ପଡିଥିବା ଆଇଟିଆଇ ଓ ଡିପ୍ଲୋମାର ଶିକ୍ଷା ବ୍ୟବସ୍ଥାକୁ କିପରି ସୁଦୃଢ କରାଯିବ ସେନେଇ ଅବଗତ କରାଇଥିଲେ । ଏହି ଅବସରରେ ଶ୍ରୀ ବାଗ୍‌ଚି କହିଛନ୍ତି କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥାରେ ବହୁ ବଧା ସୃଷ୍ଟି ହୋଇଛି । ଆଇଟିଆଇ କରୁଥିବା ପିଲାଙ୍କର ୨ ବର୍ଷ ମଧ୍ୟରୁ ୯ ମାସ ଏବଂ ଡିପ୍ଲୋମା କରୁଥିବା ପିଲାଙ୍କ ୩ ବର୍ଷରୁ ୯ ମାସ କରୋନା ଛଡାଇ ନେଇଛି । ଏହି ୯ ମାସର ଶିକ୍ଷାକୁ ପିଲାଙ୍କୁ କିପରି ପୁଣି ପ୍ରଦାନ କରାଯାଇ ତାଙ୍କର ଦକ୍ଷତା ବିକାଶ କରାଯାଇ ପାରିବ ସେଥିପ୍ରତିି ଶିକ୍ଷକ ଶିକ୍ଷୟତ୍ରୀ ଓ ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିବ । ସଠିକ ଯୋଜନା କରି ପିଲାଙ୍କୁ ଶିକ୍ଷାଦାନ କରାଗଲେ ତାଙ୍କଠାରୁ କରୋନା ଛଡାଇ ନେଇଥିବା ୯ମାସର ଶିକ୍ଷାକୁ ପ୍ରଦାନ କରାଯାଇ ତାଙ୍କର ଦକ୍ଷତା ବିକାଶ କରାଯାଇ ପାରିବ ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି । ଏହି ଦକ୍ଷାତା ବିକାଶର ଆଲୋଚନାରେ ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଓ ଦେବଗଡର ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଅଧ୍ୟକ୍ଷ ଅଧ୍ୟକ୍ଷାମାନେ କୋଭିଡ ସମୟରେ ତାଙ୍କର ପାଠପଢା କିପରି ଚାଲିଥିଲା ଏବଂ କୋଭିଡ ପରେ କିପରି ଚାଲିବ ସୋନେଇ ବାଗ୍‌ଚିଙ୍କୁ ଅବଗତ କରାଇଥିଲେ । ଏହାସହ ଚଳିତ ବର୍ଷ ତାଙ୍କ ସ୍କୁଲରେ କେତେ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରାଛାତ୍ରାଙ୍କର ଦକ୍ଷତାର ବିକଶ ପାଇଁ ସ୍କୁଲ କର୍ତ୍ତୁପକ୍ଷ ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ବାଗଚିଙ୍କୁ ଜଣାଇବାସହ ଏହାକୁ ଆହୁରି କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ ବୋଲି ଝାରସୁଗୁଡା ଜିଲ୍ଲା ଇଞ୍ଜିନିୟରିଙ୍ଗ ସ୍କୁଲର ଅଧ୍ୟକ୍ଷା ପ୍ରଗତି ଦାସ କହିଛନ୍ତି । ବାଗ୍‌ଚିଙ୍କ ସହ ଆଜିର ଆଲୋଚନାରେ ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଓ ଦେବଗଡର ଜିଲ୍ଲାର ସମସ୍ତ ଆଇଟିଆଇ ଓ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: