ଅସହାୟ ମାଆ ଓ କଁଅଳ ଛୁଆକୁ ପ୍ରଶାସନର ସହାୟତା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୧୮/୦୫): ମାଲକାନଗିରି ଚାଲିଚାଲି ଯାଉଥିବା ଅସହାୟ ପରିବାରକୁ ସାହା ହେଲା ପ୍ରଶାସନ | ଏହିପରି ଘଟଣାଟି ମାଲକାନଗିରି ଅଞ୍ଚଳର ସୁରେନ୍ଦ୍ର ମୁଦୁଲି ଙ୍କ ପତ୍ନୀ ପଦ୍ମା ମୁଦୁଲି ଠାରେ ଦେଖିବାକୁ ମିଳିଛି |

ଆଜି ସକଳେ କୋରାପୁଟ ମେଡିକାଲରୁ ନିଜର ୧୮ଦିନର ଛୁଆ କୁ ଧରି ଗରିବ ପରିବାର ଦୁହେଁ ସ୍ୱାମୀ ଓ ସ୍ତ୍ରୀ କୋରାପୁଟ ଠାରୁ ୫୦୦ ଟଙ୍କା ଦେଇ ଏକ ଅଟୋ ରେ ଜୟପୁର ପଂହଁଚି ଥିଲେ | ଆଉ ଟଙ୍କା ନଥିବାରୁ ପରେ ଏକ ମାଳବାହି ଟ୍ରକରେ ବୈପାରୀଗୁଡା ପର୍ଯ୍ୟନ୍ତ ଆସିଥିଲେ | ବୈପାରୀଗୁଡା ରୁ ଚାଲି ଚାଲି ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଲୋକ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଓ ବୈପାରୀଗୁଡା ଥାନା ଅଧିକାରୀ ଙ୍କୁ ଅବଗତ କୋରାଇଥିଲେ | ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଅଧୀରଜ ସାହୁ ଉଭୟଙ୍କ ମା ପୁଅ ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ଗାଡ଼ିରେ ତାଙ୍କ ଘରେ ଛାଡି ଆସିଥିଲେ ଏହା ସହ ବୈପାରୀଗୁଡା ଥାନା ଶବ ଇନ୍ସ୍ପେକଟର ଅସିତ ବଲଵାନ୍ତରାୟ ଆର୍ଥିକ ସହାୟତା କରିଥିଲେ,ଏବଂ ଆଇନଜୀବୀ ପି ରମେଶ ପତ୍ର ଖାଇବା ବ୍ୟବସ୍ଥା କରିଥିଲେ | କରନା ର ଏହି ତାଲା ବନ୍ଦ ପ୍ରଭାବ ରେ ନିଜ ଘରକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଅସହାୟ ପରିବାର କୁ ପ୍ରଶାସନ ଓ ସ୍ୱଚ୍ଛାସେବୀଙ୍କ ସହାୟତାକୁ ସାଧାରଣରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: