ଅସହାୟ ପରିବାରକୁ ସହେଯାଗର ହାତ ବଢାଇଲେ ମାନ୍ୟବର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ରିପୋର୍ଟ: ଦେବଦତ୍ତ ପଣ୍ଡା //
କଳାହାଣ୍ଡି- ତା.୦୧.୦୬.୨୦୨୧): କଳହାଣ୍ଡି ଜିଲ୍ଲା ଜୁନାଗଡବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣା ନାମକ ଜଣେ ବ୍ୟକ୍ତିଙ୍କ ଅଦିନରେ ମୃତ୍ୟୁ ହେବାପରେ ତିନି ସନ୍ତାନକୁ ନେଇ ବିଧବା ତପରଣା ଦୁର୍ଦିନରେ ଦିନ କାଟୁଥିଲେ । ତିନି ଛୁଆ କୁ ନେଇ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଥିଲା ।

କରୋନା ଜନିତ କଟକଣା ଯୋଗୁଁ ଦୟନୀୟ ସ୍ଥିତିରେ ପରିବାର ଚଳୁଥିବା ବେଳେ ଖବର ପାଇ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତି ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ସହେଯାଗର ହାତ ବଢାଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଚିବ ମହେଶ ସାହୁଙ୍କ ନେତୃତ୍ୱରେ ୟୁସୁଫ ପୋପାଟିଆ, ମିଥୁନ ପଣ୍ଡା,ସଂପୂର୍ଣ୍ଣ ନାଏକ, କାଳିଆ ନାଏକ ପ୍ରମୂଖ କଳିଆକୁଣ୍ଡଳ ଯାଇ ଅସହାୟ ତପ ରଣା ର ପରିବାରକୁ ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି । ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦେବାକୁ ଭିଡିଓ କଲ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଜୁନାଗଡ ନିର୍ବାଚନ ମଣ୍ଡଳିର ଜୁନାଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ ତଥା ଏନଏସି ର ସମଗ୍ର ଅଂଚଳରେ ଏଭଲି ଅସହାୟ ପରିବାର ମାନଙ୍କୁ ସହେଯାଗ କରିବା ପାଇଁ ମାନ୍ୟବର ଜୁନାଗଡ ବିଧାୟକ ତଥା ମନ୍ତୀ ନିଜ ସମର୍ଥକ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: