ଅଳ୍ପକେ ବର୍ତ୍ତିଲେ ମାଲବାହି ଟ୍ରକ ଡ୍ରାଇଭର

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୫/୦୪): ୫୭ ନମ୍ବର ଜାତୀୟ ରାଜପଥ (ବୌଦ୍ଧ) ବାମଣ୍ଡା ଠାରେ କାଲି ରାତ୍ରିରେ ଏକ ମାଲବାହି ଟ୍ରକକୁ ପଛରୁ ଧକ୍କା ଦେଇ ଅନ୍ୟ ଏକ ଗାଡି ଫେରାର ହୋଇଯାଇଛି |

ମରଣ ମୁହଁ ରୁ ବଞ୍ଚିଛନ୍ତି ଟ୍ରକ ଡ୍ରାଇଭର | OD 14-T-3372ନାମକ ମାଲବାହି ଟ୍ରକ ବୌଦ୍ଧ ଅଭିମୁଖେ ଯାଉଥିବା ସମୟରେ ବାମଣ୍ଡା ଛକ ନିକଟରେ ପଛପଟୁ ଅଚିନ୍ହା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା | ଫଳରେ ଡ୍ରାଇଭର ସାଇଡ ଗାଡି ଝରକା, ଗ୍ଲାସ ସପୂର୍ଣ୍ଣ ନଷ୍ଟ ହୋଇଯାଇଛି | କିନ୍ତୁ ଡ୍ରାଇଭର ଜଣକ ସୁରକ୍ଷିତ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣା ପଡୁଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: