ଅର୍ଥ ଅଭାବରୁ ହୋଇପାରୁନି ଅପରେସନ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୯/୦୨): ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତ ସାନସୁବଳୟା ଗ୍ରାମର ପ୍ରକାଶ ମହାକୁଡ଼ (୩୯)ସପ୍ତାହେ ହେବ କିମ୍ସ ମେଡିକାଲ ଭୁବନେଶ୍ୱରରେ ଚିକିତ୍ସା ହେଉଛନ୍ତି |

ଜଣେ ଦିନ ମଜୁରିଆର ସଂଚୟରେ ଯାହାଥିଲା ଖର୍ଚ୍ଚ ହୋଇସାରିଛି | କାମ କରି ଘରକୁ ସନ୍ଧ୍ୟା ସମୟରେ ଫେରୁଥିବା ବେଳ କେନାଲରେ ଗୋଡ଼ ଖସି ଯିବାରୁ କେନାଲ ଭିତରେ ପଡି ବେକରେ ଶକ୍ତ ଆଘାତ ଦ୍ୱାରା ବେକାର ଭେନ ତିନୋଟି ନଷ୍ଟ ହୋଇ ଯାଇଛି | ଏବେ ଅପରେସନ ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର ପଡୁଥିବାରୁ ଟଙ୍କା ଅଭାବରେ ଅପରେସନ ବନ୍ଦ | ଏପଟେ ଅପରେସନ ଡେରି ହେଉଥିବାରୁ ପ୍ରକାଶ କୋମା ଅବସ୍ଥାରେ | ତେଣୁ ପରିବାର ଲୋକେ ପ୍ରଶାସନକୁ ଅପରେସନ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ନେହୁରା ହେଉଛନ୍ତି |

Welcome to Odisha News24

error: Content is protected !!
%d bloggers like this: