ଅର୍ଥ ଅଭାବରୁ ଦୃଷ୍ଟି ଶକ୍ତି ହରାଇ ଅଭିଶପ୍ତ ଜୀବନ କାଟୁଥିବା ପ୍ରିୟଲତାଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡିବ କି ?

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୫-୦୨): ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ ର ପ୍ରିୟଲତା ସିକା ନାମ୍ନୀ ଜଣେ ୧୮ ବର୍ଷୀୟ ଝିଅ ଗତ ଏକ ବର୍ଷ ତଳେ ହଠାତ ସକାଳୁ ଉଠି ଦେଖିବା ମାତ୍ରେ ତାଙ୍କୁ କିଛି ଦେଖା ଦେଇ ନ ଥିଲା । ହଠାତ ତାଙ୍କ ଦୁଇଟି ଆଖି ଏପରି ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇବା ଏବଂ କିଛି ଦେଖା ନ ଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତୁରନ୍ତ ଅନ୍ୟ କୌଣସି ଜାଗାକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ ।

ହେଲେ ପ୍ରିୟଲତା ଏକୁଟିଆ ଥିବା ଓ ଗତ ପାଞ୍ଚ ବର୍ଷ ତଳେ ତାଙ୍କ ବାପା ଓ ମାଆ ଙ୍କ ର ମୃତ୍ୟୁ ଘଟିଥିବା ଓ ତାଙ୍କ ବୃଦ୍ଧା ଆଇ ମାଆ ଆଶ୍ରୟ ଦେଇ ଯତ୍ନ ନେଉଥିବା ବେଳେ ତାଙ୍କୁ ବେଙ୍ଗାଲୁର କିମ୍ବା ଅନ୍ୟ ସ୍ଥାନକୁ ନେଇ ଯିବାକୁ ଅସମ୍ମର୍ଥ । ସ୍କୁଲରେ ପାଠ ପଢ଼ୁଥିବା ଏବଂ ସାଧାରଣ ଜୀବନ ଯାପନ କରୁଥିବା ଓ ପରେ ନିଜ ମାଆ ବାପା ଙ୍କୁ ଅକାଳରେ ହରେଇ ସୁଦ୍ଧା ସଠିକ ଭାବେ ଦିନ ବିତି ଚାଲିଥିବା ବେଳେ ପ୍ରିୟଲତା ଙ୍କ ଚାରି ପାଞ୍ଚ ଦିନ ଧରି ପ୍ରଥମେ ମୁଣ୍ଡ ବ୍ୟଥା ହେବା ଓ ଷଷ୍ଠ ଦିନ ହଟାତ ସକାଳୁ ଉଠି ଆଖିଖୋଲି ଥିବା ବେଳେ ତାଙ୍କୁ କିଛି ଦେଖାଯାଇ ନ ଥିଲା । ତାଙ୍କ ବୃଦ୍ଧା ଆଇ ତାଙ୍କୁ ନେଇ ବିଭିନ୍ନ ଡାକ୍ତର ଙ୍କୁ ପରାମର୍ଶ କରିଥିଲେ । ହେଲେ କାହିଁକି ଓ କେଉଁ କାରଣ ରୁ ଏପରି ସ୍ଥିତି ବା ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରେଇଦେଇ ଛନ୍ତି , ସେ ନେଇ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡ଼ାକ୍ତର ଖାନା ,ବୁର୍ଲା ମ୍ୟାଡିକାଲ କଲେଜ ଡ଼ାକ୍ତରଖାନା ଆଦି ଅନେକ ସ୍ଥାନ ନେଇ ମଧ୍ୟ ସୂଚନା ମିଳିପାରିନାହିଁ । ଏଣୁ ଧାର, କରଜ କରି ଏପରି କି ନିଜ ଘର ମନ୍ଧ୍ୟ ବିକ୍ରି କରି ଦେଇ ସାର୍ବସ୍ୱ।ନ୍ତ ହୋଇ ପଡିଛନ୍ତି । ଅପରପକ୍ଷରେ ଅନ୍ୟତ୍ର ବେଙ୍ଗାଲୁର ଯଥାଶୀଘ୍ର ନେବାକୁ ପରାମର୍ଶ ଦେଇଥିବା ବେଳେ ଅର୍ଥ ଅଭାବରୁ ପ୍ରିୟଲତା ର ଆଇ ଚିକିତ୍ସା କରିବା ପାଇଁ ଅନ୍ୟତ୍ର ନେଇ ଯିବାକୁ ଅସମର୍ଥ ଥିବା ପ୍ରକାଶ କରିଛନ୍ତି । ଦିନମଜୁରୀ କରି ପ୍ରିୟଲତା ର ଆଇ ଅନ୍ୟତ୍ର ନେବାକୁ ଅସମର୍ଥ ଜାହିର କରିଛନ୍ତି । ବର୍ତ୍ତମାନ ସରକାରୀ ଅବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ଚିକିତ୍ସା ନିମନ୍ତେ ସହାୟତା ଯୋଗାଇଦେବାକୁ ପ୍ରିୟଲତା ର ଆଇ ଆମ ନିକଟରେ ଜଣାଇଛନ୍ତି । ଏପରି କି ଡାକ୍ତରଙ୍କ ପରାମର୍ଶ ଅନୁଯାଇ ପ୍ରିୟଲତା ର ଅପରେସନ ଆବଶ୍ୟକ ହୋଇପାରେ ଏବଂ ଯଦି ବିଳମ୍ବ ହୁଏ ତେବେ ଏପରି ସ୍ଥଳେ ଅପରେସନ କଲେ ବି ସୁଫଳ ମିଳିବା କଷ୍ଟକର ହୋଇପାରେ । ଏପରି ଘଡ଼ି,ସନ୍ଧି ସମୟରେ ପ୍ରଶାସନିକ ସ୍ତରରୁ ଉପଯୁକ୍ତ ସହାୟତା ପ୍ରଦାନ କଲେ ସେ ପୁନଃ ଏଇ ସୁନ୍ଦର ଦୁନିଆ ପୁଣି ଦେଖିପାରିବେ । ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ତରଫରୁ ଯୋଗାଇ ଦେବାକୁ ଉକ୍ତ ଅଞ୍ଚଳବାସି ଦାବି କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: