ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିଲେ ମେଧାବୀ ଛାତ୍ରୀ, ପ୍ରଶାସନର ସାହାଯ୍ୟ ଜରୁରୀ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ/ଜନ୍ହାପଙ୍କ (୨୬/୦୪): ବୋୖଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ଛାତ୍ରୀ ଅଙ୍କିତା ନାଏକ ଅର୍ଥାଭାବରୁ ଦ୍ବାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଅସମର୍ଥ ଥିବା ଜଣାପଡିଛି | ୨୦୧୯ ରେ ଏକାଦଶ ଶ୍ରେଣୀରେ ପାଠ ପଢିବା କଥା କିନ୍ତୁ ସେ ପାଠ ପଢି ପାରି ନ ଥିଲେ। ତାଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା |

ଛଅ ଛଅଟି ଝିଅଙ୍କ ଭରଣ ପୋଷଣ ଓ ପାଠ ପଢ଼ାଇବା ପାଇଁ ଖର୍ଚ୍ଚ ତୁଲାଇବା ତାଙ୍କ ମାଆଙ୍କ ପାଇଁ କାଠିକର ପାଠ ହୋଇ ପଡିଥିଲା । ଯାହାଫଳରେ କି ସେ ଗୋଟିଏ ବର୍ଷ ପାଠପଢ଼ା ବନ୍ଦ କରିଦେଇଥିଲେ । ଏହାପରେ ତାଙ୍କର ସାଙ୍ଗସାଥିଙ୍କା ପରାମର୍ଶ ଓ ସହଯୋଗ କ୍ରମେ ଏକ ଘରୋଇ କଲେଜରେ ଆଡ଼ମିଶନ କରି ପାଠ ପଢୁଛନ୍ତି । ଦ୍ୱାଦଶ ଶ୍ରେଣୀରେ ପାଠ ପଢିବା ପାଇଁ ନାମ ଲେଖାଇବା ସକାଶେ ଏବେ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ କି ତାଙ୍କ ମାଆ ଫିଜ ଦେବା ପାଇଁ ସକ୍ଷମ ନୁହନ୍ତି | ସରକାର, ପ୍ରଶାସନ ଓ ଶିକ୍ଷା ବିଭାଗ କୋୖଣସି ପ୍ରକାର ସାହାଯ୍ୟ ଯୋଗାଇ ଦେଲେ ଛାତ୍ରୀ ଅଙ୍କିତା ନାଏକ ଦ୍ୱାଦଶ ଶ୍ରେଣୀରେ ପାଠ ପଢିପାରିବେ ବୋଲି କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: