ଅମୃତ ଧାରା ପ୍ରକଳ୍ପ କାର୍ଯ୍ୟକ୍ରମକୁ ଆଉ ବୃଦ୍ଧି କରାଯିବ,କନଭେନର

ରିପୋର୍ଟ: ସୁଶାନ୍ତ ନାୟକ //
ବଲାଙ୍ଗୀର,ତା୨୭/୫): ବଲାଙ୍ଗୀର ଜିଲ୍ଲାର ଜନସେବା ସଙ୍ଗଠନ କମିଟି ଉପଦେଷ୍ଟା ସଦସ୍ୟ ତଥା ସ୍ଵେଚ୍ଛାସେବୀ ସଂଗଠନ ମାରୱାଡି ଯୁବାମଞ୍ଚର ଅମୃତଧାରା ପ୍ରକଳ୍ପର କନଭେନର ଭାବେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ ଦାଇତ୍ୱ ଗ୍ରହଣ କରିଛନ୍ତି ।

ବିଶୁଦ୍ଧ ଥଣ୍ଡା ପିଇବା ପାଣି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଅମୃତଧାରା ରହିଛି । ଆଗକୁ ଆହୁରୀ ନୂତନ ଅମୃତଧାରା ପ୍ରକଳ୍ପ ହାତକୁ ନିଆଯିବା ସହ ସମସ୍ତ ପ୍ରକଳ୍ପର ସବୁ ସମୟରେ କାର୍ଯ୍ଯକ୍ଷମ କରିବ ବୋଳି ନୂତନ ଭାବେ ଦାୟିତ୍ବ ପାଇଥିବା କନଭେନର ଶ୍ରୀ ଜୈନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ଜୈନଙ୍କୁ ଓଡିଶା ଜୈନ ସ୍ବତାମ୍ବର ସଭାର ମହାମନ୍ତ୍ରୀ ଅନୁପ ଜୈନ, ସାମ୍ବାଦିକ ପବନ ଅଗ୍ରୱାଲ, ସମାଜସେବୀ ଅନିଲ ମୋଦି, ଆଶୁକବି ହେମନ୍ତ ଦାସ, ସାମ୍ବାଦିକ ଅଜିତ ସାହୁ, ବରିଷ୍ଠ ବିଜେପି ନେତା ବିକାଶ ଶର୍ମା ଆଦି ବହୁ ଗଣମାନ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: