ଅମାନିୟା ମାନୁ ନାହାନ୍ତି କରୋନା କଟକଣା

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୯-୦୪): ବର୍ତ୍ତମାନ ବଲାଙ୍ଗୀର ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ କୋଭିଡ କଟକଣାକୁ ଲୋକେ ପାଳନ କରୁନଥିବା ଯୋଗୁଁ ଏହା ଅନ୍ୟ ମାନଙ୍କ ପାଇଁ ବିପଦ ହୋଇଯାଇଛି । ଏହାରି ଭିତରେ ସାଧାରଣ ଲୋକେ ବଜାରକୁ ଆସିଲେ ଲୋକେ ମନଇଛା ନିଜ ଗାଡିମୋଟରକୁ ଏଣେ ତେଣେ ରଖିବା ଆଉ ଏକ ବଡ ସମସ୍ୟା ହୋଇଛି । ଏହି ଦେଖନ୍ତୁ ସରକାରୀ ବସଷ୍ଟାଣ୍ଡର ଦୃଶ୍ୟ । ଏଠାରେ ଥିବା ଫଳ ମାର୍କେଟ ରେ କି ଜନଗହଳି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ବଣିକ ସଂଘ ଦିନ ୨ ଟାରୁ ୪ଟା ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରିବା ପରେ ୨ଟା ପର୍ଯ୍ୟନ୍ତ ସହରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏଇ ଦେଖନ୍ତୁ, ବଡ ବଡ ଅକ୍ଷରରେ ଲେଖା ହୋଇଛି ନୋ ପାର୍କିଂ ଜୋନ୍ କିନ୍ତୁ ଏହି ଠାରେ ହିଁ ବହୁ ସଂଖ୍ୟାରେ ଗାଡିମୋଟର ପାର୍କିଂ ହୋଇଛି । ସାମନାରେ ଅଛି ଫଳ ମାର୍କେଟ ଓ ଅନ୍ୟାନ୍ୟ ଦୋକାନ । ପାଖରେ କିଛି ଟ୍ରାଫିକ୍ ପୋଲିସ ମଧ୍ୟ ଡ୍ୟୁଟି କରୁଛନ୍ତି ତଥାପି ଅମାନିଆ ଲୋକଙ୍କ ଏପରି ବଦ୍‌ଭ୍ୟାସ ଯୋଗୁଁ ବଲାଙ୍ଗିରରେ ଟ୍ରାଫିକ ସମସ୍ୟା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି । ଗାଡି ପାର୍କିଂ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିଥିବା ସତ୍ତ୍ୱେ ଏଣେତେଣେ ଗାଡି ପାର୍କିଂ କରିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ବଲାଙ୍ଗୀର ଜନସାସଧାରଣଙ୍କ ଏକ ପୁରୁଣା ଅଭ୍ୟାସ ବୋଲି ଜନମତ ପ୍ରକାଶ ପାଇଛି ।

ବଲାଙ୍ଗୀର ସ୍ଥିତ ଡେଲି ମାର୍କେଟ ରାସ୍ତାରେ ଦେଖିବାକୁ ମିଳିଥିଲା ଯେ ପ୍ରଶାସନ କେବଳ ମାଇକ ଲଗେଇ ଜନସାଧାରଣଙ୍କୁ ସଚେତନ କରୁଛି ଯେ ରାସ୍ତା ମଝିରେ ଗାଡି ପାର୍କିଙ୍ଗ କରନ୍ତୁ ନାହିଁ ହେଲେ ପ୍ରଶାସନର ଯିବା ପରେ ପୁଣି ସେହି ଅବସ୍ଥାକୁ ଫେରୁ ଆସୁଛି | ତେବେ ବଲାଙ୍ଗୀର ଟ୍ରାଫିକ ପୋଲିସ ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ସୁବିଧା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: