ଅମାନିଆଙ୍କଠୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କଲା ପ୍ରଶାସନ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୨୫/୫/୨୧): ବର୍ତ୍ତମାନ କରୋନା କାୟା ବିସ୍ତାର କରି ହୁହୁ ହୋଇ ବଢି ଚାଲିଥିବା ଯୋଗୁଁ ସରକାର ବିଭିନ୍ନ ନିୟମ କରିଛନ୍ତି ହେଲେ ଲୋକେ ଲକ ଡାଉନ ଓ ସର୍ଟଡାଉନକୁ ମଧ୍ୟ ନ ମାନି ଗାଡି ମଟର ରେ ବିନା ମାସ୍କ ରେ ବୁଲାବୁଲି କରୁଛନ୍ତି |

ଏଥିପ୍ରତି ବନ୍ଧୁଗାଁ ବ୍ଲକ ତହସିଲଦାର ଶ୍ରୀ ଭବାନି ଶଙ୍କର ମିଶ୍ର ଓ ଥାନା ଏ.ଏସ. ଆଇ ଶ୍ରୀ ମନୁଆ ବିଡ଼ିକା ଦୁହେଁ କୁମ୍ଭାରୀପୁଟ, ନୀଳାବାଡି, ସାଂଶୋରପୋଳି, ବନ୍ଧୁଗାଁ, ବିଭିନ୍ନ ଗ୍ରାମରେ କୋଭିଡ ଅମାନିଆ ଗାଡି ଆରୋହୀଙ୍କୁ ଓ ଦୋକାନ ବାଲାଙ୍କ ଠାରୁ ୧୦ ହଜାର ଟଙ୍କାର ଜରିମାନା କରିଥିବାର ଦେଖିବାକୁ ମିଳିଛି | ବନ୍ଧୁଗାଁରେ କରୋନା କଟକଣା ନିୟମ ଆରମ୍ଭରୁ ଆଜି ପ୍ରଥମ କରି କୋଭିଡ ନିୟମ ଅମାନିୟାଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବାରୁ ଅଞ୍ଚଳବାସି ଖୁସିର ସହ ସ୍ୱାଗତ ଜଣାଇଥିଲେ | ଏପରି ଭାବରେ ପ୍ରତ୍ୟକ ଦିନ ଜୋରିମାନା ଅଦାୟ କରାଗଲେ ଲୋକେ ସୁଧୀରି ଯିବେ ବୋଲି ଆଶା ରହିଛି | କରୋନାକୁ ଆମେ ଆମ ଅଂଚଳ ଠାରୁ ଅତି ଶିଘ୍ର ଏଡାଇବା ପାଇଁ ସଫଳ ହୋଇପାରିବା ବୋଲି ଅଞ୍ଚଳବାସୀଙ୍କ ଆଶା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: