ଅମାନିଆ ବାଇକ ଚାଳକ ଓ ଦୋକାନୀ ଠାରୁ ତଣ୍ଡ ଆଦାୟ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧ /୬): କନ୍ଧମାଳ ଜିଲ୍ଲାରେ କୋରନାର ଦ୍ୱିତୀୟ ଲହର ପ୍ରଭାବ ରେ ପ୍ରତ୍ୟେକ ଦିନ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଏଥିରେ ରୋକ ଲଗାଇବା ପାଇଁ ବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିବା ବେଳେ କେତେକ ଅମାନିଆ ତାକୁ ମାନୁ ନ ଥିବା ନଜରକୁ ଆସିଛି |

ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି | ଲକ ଡାଉନ ସମୟରେ କେତେକ ଦୋକାନ ଅନୁମତି ନ ଥାଇ ଖୋଲି ଥିବା ଦେଖାଯାଇଥିଲା | ଯାହାକୁ ବାଲିଗୁଡା ତହସିଲଦାର ସଶାଙ୍କ ଶେଖର ପାତ୍ର ଗୁରୁତର ସହ ନେଇ ଦୋକାନ ସିଲ କରିବା ସହିତ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି | ବାଲିଗୁଡା ସହରରେ ଅନୁମତି ନ ଥାଇ ଦୋକାନ ଖୋଲିବା ଓ ଅମାନିଆ ବାଇକ ଚାଳକ ଠାରୁ ୧୨ ହଜାର ଟଙ୍କା ଆଦାୟ କରାଯାଇଥିବା ତହସିଲଦାର କହିଛନ୍ତି | ପୂର୍ବରୁ ମଧ୍ୟ ଅମାନ୍ୟ ହୋଇ ସଟ ଡାଉନରେ ଖୋଲିଥିବା ଦୋକାନ ଠାରୁ ମଧ୍ୟ ୪୭୦୦ ଟଙ୍କା ଫାଇନ କଟା ଯାଇଥିଲା |

Welcome to Odisha News24

error: Content is protected !!
%d bloggers like this: