ଅମାନିଆଙ୍କୁ ଧରିବାକୁ ଯାଇ କନେଷ୍ଟବଳ ଗୁରୁତର: ବଲେରୋକୁ ଗୋଡାଇ ଧରିଲା ପୁଲିସ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୨୨/୦୫): କୋଭିଡ କଟକଣା ସହ ରାଜଧାନୀରେ ଲକଡାଉନ ଜାରି କରାଯାଇଛି । କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ଏପରି ସ୍ଥଳେ କିଛି ଅମାନିଆ ନିୟମ ଅବହେଳା କରି ବାହାରେ ବୁଲୁଛନ୍ତିି । ଗୁରୁବାର ବାଣୀବିହାର ଛକରେ ଜଣେ ଅମାନିଆଙ୍କୁ ଅଟକାଇବାକୁ ଯାଇ ସହୀଦନଗର ଥାନାର ଜଣେ କନେଷ୍ଟବଳ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।

ଆହତ ହୋଇଥିବା କନେଷ୍ଟବଳ ଜଣ ହେଉଛନ୍ତି କାଳନ୍ଦୀ ବାରିକ (୪୧) । ଅନ୍ୟପକ୍ଷେ ବ୍ୟକ୍ତି ଜଣକ ଦୁର୍ଘଟଣା ପରେ ବୋଲେରୋ ନେଇ ଖସି ପଳାଉଥିବା ବେଳେ ତାଙ୍କୁ ପିଛା କରି ପୋଲିସ ଅଧାବାଟରେ ଧରିଥିଲା । ପୁଲିସ ଉକ୍ତ ବୋଲେରୋକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ, ବାଣୀବିହାର ଛକରେ କନେଷ୍ଟବଳ କାଳନ୍ଦୀ ଡ୍ୟୁଟି କରୁଥିଲେ । ତାଙ୍କ ସହ ଜଣେ ଟ୍ରାଫିକ କର୍ମଚାରୀ, ଜଣେ ମହିଳା କନେଷ୍ଟବଳ ଓ ଜଣେ ପୋଲିସ ଅଧିକାରୀ ବି ଥିଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ଆଡୁ ଯାତ୍ରୀଙ୍କୁ ନେଇ ବୋଲେର ଆସୁଥିବାର ଦେଖି କନେଷ୍ଟବଳ କାଳନ୍ଦୀ ଗାଡିକୁ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଡ୍ରାଇଭର ଜଣକ ନ ଅଟକି ବୋଲେରକୁ ନେଇ ପଳାଇଯାଉଥିବା ସମୟରେ କାଳନ୍ଦୀଙ୍କ ହାତ ଗାଡିର ପଛ କେବିନରେ ପିଟି ହୋଇଯାଇଥିଲା । ଫଳରେ ବୋଲେରୋ ସହ କାଳନ୍ଦୀ ତଳେ ଘୋଷାଡି ହୋଇ କିଛି ବାଟ ଚାଲିଯାଇଥିଲେ । ଏଥିରେ କାଳନ୍ଦୀଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ କାନ୍ଧରେ ଆଘାତ ଲାଗିଥିଲା । ଏତିକି ବେଳେ କାଳନ୍ଦୀ ଓ ଅନ୍ୟ ପୁଲିସ କର୍ମ•ରୀମାନେ ବୋଲେରକୁ ଅଟାକାଇବା ପାଇଁ ଗୋଡାଇ ଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ପଳାଶୁଣୀ ରାସ୍ତାରେ ବୋଲେରକୁ ଅଟକାଇ ଡ୍ରାଇଭରଙ୍କୁ ଥାନାକୁ ଆଣିଥିଲେ । ତେବେ ଡ୍ରାଇଭର ଜଣକ ନିଜ ଭୁଲ ସ୍ୱୀକାର କରିବାରୁ ପୁଲିସ ଜରିମାନା ଆଦାୟ କରିବା ସହ ତାଙ୍କୁ ଛାଡିଥିବା ଜଣାପଡିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: