ଅଭିଯୋକାରୀ ହିଁ ହତ୍ୟାକାରୀ, ସ୍ତ୍ରୀର ମୁଣ୍ଡ ଓ ବେକକୁ ଟାଙ୍ଗିଆରେ ହାଣି ହତ୍ୟା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୩୧/୦୧): ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର ରଚିଥିଲା ସ୍ବାମୀ । ନିଜ ହତ୍ୟା କରି ପୋଲିସ ନିକଟରେ କରିଥିଲା ଅଭିଯୋଗ । ଶେଷରେ ଧରାପଡି ଜେଲ୍ ଗଲା ଅଭିଯୁକ୍ତ ସ୍ବାମୀ । ରାୟଗଡା ଥାନା ହୁଲୁକାତୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ରାୟଗଡା ଥାନା ହୁଲୁକାତୁଣ୍ଡା ଗାଁରେ ଜଣେ ମହିଳା କାଶାଇ ହୁଲୁକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାରୀ ଖୋଦ୍ ମହିଳାଙ୍କ ସ୍ବାମୀ ହତ୍ୟା କରିଥିଲେ। ହତ୍ୟା ଉପରୁ ନଜର ହଟାଇବା ପାଇଁ ସେ ନିଜେ ଯାଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ କରିବା ପରେ ନିଜେ ସ୍ବାମୀ ହିଁ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ କହିଛି । ଶନିବାର ଦିନ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ଏସପି କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: