ଅଭିନେତା ସବ୍ୟସାଚୀଙ୍କ ପାଇଁ ବଞ୍ଚିଗଲା ଦୁଇ ବର୍ଷର ଶିଶୁର ଜୀବନ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର (୨୮/୦୫): କରୋନା ଭାଇରସ ଯୋଗୁ ସାରା ରାଜ୍ୟରେ ଏବେ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ବେଡ ପାଇଁ କିଏ ଅସୁବିଧାରେ ପଡୁଛି ତ କିଏ ଅକ୍ସିଜେନ ପାଇଁ । ଏପରି ଘଡିସନ୍ଧି ମୁହୂ ର୍ରେ ଗୋଟିଏ ୨ବର୍ଷର ଶିଶୁର ଜୀବନ କରୋନା କବଳରୁ ବ ି ଯାଇଛି । ବାପା ମା ପ୍ରଥମେ ପଜିଟିଭ ହେବା ପରେ ତାଙ୍କର ଛୋଟ ଝିଅ ମଧ୍ୟ କୋଭିଡ ପଜିଟିଭ ହୋଇଥିଲା । ଅକ୍ସିଜେନ ସ୍ତର କମିଯିବାରୁ ଶିଶୁଟି ଗୁରୁତର ହୋଇପଡିଥିଲେ । ଏହି ସମୟରେ ଦେବଦୂତ ସାଜି ଓଲିଓଡ ଅଭିନେତା ସବ୍ୟସାଚୀ ସହଯୋଗର ହାତ ବଢାଇଥିଲେ । ଏବେ ଘରୋଇ ହସ୍ପିଟାଲରେ ଶିଶୁ କନ୍ୟା ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ରହିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଅ ଳର ଓଡିଶୀ ଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ପତ୍ନୀ କିଛିଦିନତଳେ କୋଭିଡରେ ଆକ୍ରାନ୍ତ ହୋଇ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ପରେ ୨୫ ତାରିଖ ରାତିରେ ହଠାତ ତାଙ୍କ କନ୍ୟା ସିବାସୀ ପ୍ରଧାନର ଅକ୍ସିଜେନ ସ୍ତର ୮୩ ହୋଇଯାଇଥିଲା । ଯାହାକୁ ଦେଖି ବାପା ମା ବିଚଳିତ ହୋଇପଡିଥିଲେ । ବେଡଟିଏ ପାଇଁ ନିରାଶ ହେବା ପରେ ବାଧ୍ୟ ହୋଇ ଲିଙ୍ଗରାଜ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କୁ ଜଣାଇଥିଲେ । ଲିଙ୍ଗରାଜଙ୍କ ଶିଷ୍ୟା ହେଉଛନ୍ତି ସୁଶାନ୍ତଙ୍କ ପତ୍ନୀ । ତେଣୁ ଏହି ବିପଦ ସମୟରେ ସୁଶାନ୍ତ ତତକ୍ଷଣାତ ଦିଲ୍ଲୀର ସମାଜସେବୀ ବି ଭି ଶ୍ରୀନିବାସଙ୍କୁ ଜଣାଇଥିଲେ । ସେ ସଙ୍ଗେ ସଙ୍ଗେ ସବ୍ୟସାଚୀଙ୍କୁ ଫୋନରେ ଜଣାଇଥିଲେ । ସବ୍ୟସାଚୀ ତିଳେ ମାତ୍ର ବିଳମ୍ବ ନକରି ରାତି ୧୨ଟା ୪୦ ମିନିଟରେ ଡାକ୍ତର ଅମ୍ରିତ ପଟ୍ଟଜୋଶୀଙ୍କୁ ଜଣାଇଥିଲେ । ବହୁତ ଚେଷ୍ଟା କରିବା ପରେ ଶେଷରେ ଏକ ଘରୋଇ ହସ୍ପିଟାଲରେ ଗୋଟିଏ ବେଡ ଯୋଗାଡ ହୋଇଥିଲା । ନିଜେ ଡାକ୍ତର ଅମ୍ରିତ ପଟ୍ଟଜୋଶୀ ରାତି ୨ଟାରେ ହସ୍ପିଟାଲ ଅ ।ସି କୋଭିଡ ଅ ।କ୍ରାନ୍ତ ପରିବାରକୁ ସାହାଯ୍ୟ କରିଥିଲେ । ସେତେବେଳକୁ ଛୋଟ ଝିଅଟିର ଅବସ୍ଥା ଭଲ ନଥିଲା କିନ୍ତୁ ଡାକ୍ତରଙ୍କ ଅଦ୍ୟମ ଇଚ୍ଛା ଶକ୍ତି ଓ ଚିକିତ୍ସା ବଳରେ ଛୋଟ ଝିଅଟି ନୂତନ ଜୀବନ ପାଇପାରିଲା । ଏଭଳି ନିସ୍ୱାର୍ଥପର ସାହାଯ୍ୟ ପାଇଁ ସୁଶାନ୍ତ ସବ୍ୟସାଚୀଙ୍କୁ ଟ୍ୱିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ, କରୋନା ପରି ମହାବିପ ି ସମୟରେ ଅନେକ ଲୋକ ନିଜ ନିଜ ସଂପର୍କରୁ ଭୁଲି ଯାଉଥିବା ବେଳେ ଏମାନଙ୍କୁ ନିସ୍ୱାର୍ଥପର ସାହାଯ୍ୟପାଇଁ ସବ୍ୟସାଚୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: