ଅବସର ପ୍ରାପ୍ତ ଚାକିରିଆ ଙ୍କ ନାରେ ରାସନ୍ କାର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର:୦୪/୦୩/୨୧:ନନ୍ଦପୁର ବ୍ଲକ ଯୋଗାଣ ବିଭାଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପଞ୍ଚାୟତ ଅଧିକାରୀଙ୍କ ଜାଣ ତ ରେ ହେଉ କି ଅଜଣାତ ରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରି କିଭଳି ଚାକିରିଆ ମାନଙ୍କୁ ରାସନ୍ କାର୍ଡ ପ୍ରଦାନ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ନନ୍ଦପୁର ଅଞ୍ଚଳରେ ଆଲୋଚନାର ବିଷୟବସ୍ତୁ ପାଲୋଟି ବ୍ଲକ ପ୍ରଶାସନର ଚାକିରିଆ ପ୍ରୀତିକୁ ପଦାରେ ପକେଇଛି |

ଖବର ନେବାରେ ଜଣା ପଡ଼ିଛି ଯେ ନନ୍ଦପୁର କୃଷି ବିଭାଗ କାର୍ଯ୍ୟାଳୟ ରେ ଏକଦା କାର୍ଯ୍ୟରତ ଥିବା ହେଡ କ୍ଲର୍କ ଶ୍ରୀ କେ.ଜି ପି ପାତ୍ର ଗତ କିଛି ବର୍ଷ ତଳେ ଅବସର ଗ୍ରହଣ କରି ନନ୍ଦପୁର ଅଞ୍ଚଳରେ ବସବାସ କରୁଛନ୍ତି,ସରକାରଙ୍କ ଠାରୁ ମୋଟା ଅଙ୍କର ପେନ୍ ସନ୍ ମଧ୍ୟ ପାଉଛନ୍ତି,କିନ୍ତୁ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ବ୍ଲକ ପ୍ରଶାସନ କିଭଳି ତାଙ୍କୁ ରାସନ୍ କାର୍ଡ ଯୋଗାଇ ୨୦୧୩ ଠାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମାସିକ ଚାଉଳ,କିରୋସିନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉ ଅଛି ତାହା ପ୍ରଶ୍ନ ବାଚୀ | କିଛିଦିନ ତଳେ ସେ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ଆବାସ ଯୋଜନା ରେ ସାମିଲ କରିବାକୁ ଦାବି କରୁଥିବା ନଜରକୁ ଆସିଥିଲା | ତାଙ୍କ ରାସନ୍ କାର୍ଡ ନ ୦୨୯୦/୨୦୧୩ ଯାହାକୁ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଦିଆଯାଇଛି | କିଛିଦିନ ତଳେ କିଛି ଚାକିରିଆ ରାଜନେତା ଙ୍କ ନାରେ ରାସନ୍ କାର୍ଡ ଥିବା ଅଭିଯୋଗ ପୁରା ରାଜ୍ୟରେ ହଲଚଲ ସୃଷ୍ଟି କରି ସରକାରଙ୍କୁ କାଠଗଡା ରେ ଠିଆ କରିଥିଲା | ନନ୍ଦପୁର ବ୍ଲକ ପ୍ରଶାସନିକ ଅବହେଳା ଉପଯୁକ୍ତ ତଦନ୍ତ ଅଭାବ ଯୋଗୁ ଏଭଳି ବାଟମାରଣା ହେଉଥିବା ସାଧାରଣରେ ଅଭିଯୋଗ ହେବା ସହ ଜିଲ୍ଲା ଓ ରାଜ୍ୟ ଯୋଗାଣ ବିଭାଗ,ନନ୍ଦପୁର ବ୍ଲକ ତଥା କୋରାପୁଟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ପୂର୍ବକ ଯଥାଶୀଘ୍ର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ସହ ଗ୍ରାମବାସୀ ଉପେକ୍ଷା ହୋଇଥିବା ବ୍ୟକ୍ତି ବିଶେଷ ଅନୁରୋଧ ସହ ଦାବି କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: